STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ(ଧର୍ମୀୟ-20)

ଚଉପଦୀ(ଧର୍ମୀୟ-20)

1 min
316


ରାଗ - ବେହଗଢା  - ଆଦି

(ଧର୍ମୀୟ ଓ ରାଗାନୁଗା ଭକ୍ତିମୂଳକ)

ଆଜ ରସବତୀଙ୍କର ରାଜା ! କୋଳୁ ନ ଯା ରେ (0)

ସରିଯିବ ସିନା ସୁନାଗୋରି ! ଦୁଃଖ ବେଜାରେ,

               ଥରେ ଆଉ ତୋ ରସପାତରେ ମୋତେ ଭିଜା ରେ (1)

ଦୁହିଁଙ୍କ ନାମେ ଡିଣ୍ଡିମ ବାଜୁ ବ୍ରଜ ବଜାରେ,

               ଅସରସ ଲୋକ କି କରିବ ନିନ୍ଦି ହଜାରେ (2)

ଉଣାଯାଉ ଗଣା ଯା ଅଦୃଷ୍ଟ ଦୁଷ୍ଟ ରଜାରେ,

କରନ୍ତୁ ଦୁରନ୍ତେ ଲେଖା ମୋ ରସେ ଗରଜାରେ (3)

ଦେହମହୀ ପୂରିଛି ପୁଲକ ବ୍ୟାଜ ଗଜାରେ,

ଏ ସମୟେ ସ୍ମରାନଳ ଝାଲରେ ନ ଭଜା ରେ (4)

ଶ୍ରୀମତୀ ଏପରି ହରି ଭରତୀ - ଭାନୁଜା ରେ,

ବୁଡିଗଲା ପରି ଅଙ୍କେ ବିରାଜିଲେ ଲଜ୍ଜା ରେ (5)

କୃପାକରି ବସୁଦୁର୍ଗ ବସୁନ୍ଧରା ରଜାରେ,

ସ୍ମିତକୂଳେ ରସିଲେ ମଦନ ମହାପୂଜାରେ (6)




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics