ଚଉପଦୀ(ଧର୍ମୀୟ-2)
ଚଉପଦୀ(ଧର୍ମୀୟ-2)
(ଧର୍ମୀୟ ଓ ରାଗାନୁଗା ଭକ୍ତିମୂଳକ)
ଅତସି ଗୋରା, ଆଉ ନଚାହାଁ ରେ
ନିରତେ ଜଗି ଜମୂନା ରାହା ରେ (0)
ମରମକୁ ଜାଣି, ଦେ ପଛେ ହାଣି,
ଶ୍ୟାମ ଦାରୁଣ ବଡ ତୋ ଚାହାଣୀ ରେ ! (1)
ବ୍ରଜ ବିଟ ରାଜା ତୋ ବେଣୁ ବାଜା
ପ୍ରାଣ ଘେନୁଚି,ବେଗେ ଏଥୁ ଯା ଯା ରେ ! (2)
ହେଲେ ହେଁ ଗୁଆଳୀ ମୁଁ କୁଳପାଢୀ
ନେଲେ ନେବୁ ପଛେ ଧନସଂଖାଳି ରେ ! (3)
ଦେଉଛି ଯେ ନାରୀ ଆବୁର ସାରି
କାଲିକି ହେବଟି ବ୍ରଜେ ଗୁହାରି ରେ ! (4)
ବିରହ ବିଳାସେ କୁଞ୍ଜ ନିବାସେ
ଶ୍ରୀ ଛୋଟରାୟ ଦେବ ରସେ ଭାଷେ ରେ ! (5)
