STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ ଧର୍ମୀୟ-106

ଚଉପଦୀ ଧର୍ମୀୟ-106

1 min
310

ଚଉପଦୀ

ଭାଗ (106)

ରାଗ - କାମୋଦି, ତାଳ - ଆଦି

(ଧର୍ମୀୟ ଓ ରାଗାନୁଗା ଭକ୍ତିମୂଳକ)

ତଣ୍ଟାରେ ଜାଣି ଜାଣି ପଡିଲି ରେ ! ଘଣ୍ଟା ପଥକୁ ଯା’ ମୁଁ ଛାଡିଲି ରେ !

କଣ୍ଟା ନିରୁଦ୍ଧ ଘାଟୀ ସଞ୍ଚାରୀ କ୍ଳେଶ ଧାଟୀ ବଣ୍ଟା

ନେବି ମୁଁ ବୋଲି ଅଡିଲି ରେ! (0)

ମରିଚ, ଘନସାର, ଉତ୍ପଳ, କ୍ଷୀର- ସର ବିନା ତ

ପିଚୁମର୍ଦ ଲୋଡିଲି ରେ !

ଅଟ୍ଟ କୁଚ୍ଚିମ ମୂର୍ଦ୍ଧ ସ୍ଥଳ ଖେଳ ସଂଶ୍ରଦ୍ଧ ନୋହି

ଦୁର୍ଗନ୍ଧ ଗାଡେ ବୁଡିଲି ରେ ! (1)

ଜମ୍ବାରାତି ପ୍ରେରିତ ଦମ୍ବୋଳି ଦୃଢାଘାତ ବଞ୍ଚାଇବାକୁ

ଛାତି ଆଡିଲି ରେ !

ସମ୍ଭାଳିବାକୁ ବଳ ନ ଥିବାରୁ କେବଳ କର ତଳେ

କପାଳ ତାଡିଲି ରେ ! (2)

ଦେବପ୍ରାସାଦ ମତି ଜନମିବାରୁ ନିତି ବଲ୍ମୀକ ଦେଖି

କର ଯୋଡିଲି ରେ !

କର୍ମଠ ଧର୍ମଦକ୍ଷ ସାକ୍ଷାତେ ରାଜଶିଖ ନିତ୍ୟ ନିବାସ

ବେଶୁଁ କାଢିଲି ରେ ! (3)

ହଂସୁଲି ତୁଳ ତଳ୍ପ ପାସୋରି ଦେଇ ଅଳ୍ପ ଲୋକଙ୍କ ପରି

 ତଳେ ଗଡିଲି ରେ !

ରାଧା ରମଣ ଘନଶ୍ୟାମ ବୋଲିବା ଜନ ଦେଖି ସକ୍ରୋଧେ ଦନ୍ତ

ଭିଡିଲି ରେ ! (4)

ସମ୍ଭାଷଣ ନ କଲି ‘ରମ୍ଭା’ ସଦୃଶ ବଲ୍ଲୀ ଦେହାକୁ ଦୂରୁଁ

କ୍ରୋଧେ ଛାଡିଲି ରେ !

ଚାଟୁ ଗିରେ ଆଶ୍ୱାସି କରତୀ ବହର୍ବାସୀମାନଙ୍କ

ଅଙ୍କ ସ୍ଥଳେ ଜଡିଲି ରେ! (5)

ବନ୍ଧୁ କ୍ଷମାସରସୀ ହେବ ଅନ୍ୟାଭିଳାଷୀ ମୁଁ ଅରଣ୍ୟରେ

ପଶି ରଡିଲି ରେ !

କହେ କବି ଅର୍ଯ୍ୟମା ‘’ମୁଁ ଦୋଷ କଲେ କ୍ଷମା ଦେବ କି ନାହିଁ’’ ?

ବୋଲି ବିଡିଲି ରେ ! (6)

କବିସୂର୍ଯ୍ୟ ବଳଦେବ ରଥ



Rate this content
Log in

Similar oriya poem from Classics