STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ ଧର୍ମୀୟ-100

ଚଉପଦୀ ଧର୍ମୀୟ-100

1 min
219

ଚଉପଦୀ

ଭାଗ(100)

ରାଗ - ଭାଟିଆରି

(ଧର୍ମୀୟ ଓ ରାଗାନୁଗା ଭକ୍ତିମୂଳକ)

ଜବାଧରା, ରାଜ ଭଟ - ହାତେ ପଛେ ଯିବା ଧରା ରେ .

ରସି ରସେ ଯଶ ରଖିଯିବା ଧରାରେ (0)

କର ନାନା କେଳି ମିଳି ରାସେ ଡରନା ଗୁରୁଜନଙ୍କୁ ଲେଶେ

ବରନାଗରି, ଯା, କରନା ମନା ସୁଲଭ ତୋ ବିଭ୍ରମ ପରକାଶେ (1)

ବଜାର ମଧ୍ୟରେ ଜନ ଗାଉ           ରଜାର ସମାଜେ ପଡିଯାଉ

ହଜାର ଆକଟ ହେଲେବି ପ୍ରକଟ କରିବା, ଡରିବା ନାହିଁ ଆଉ (2)

ଅଦକ୍ଷ ତ ନୋହି ଯାଉ ଦେଖା               ରଦକ୍ଷତ ନଖଶିଖରେଖା

ଭୁଲାଇ ବଚନେ ତୁଲାଇ ଦେବାର ଲେଖିଅଛି ଦୁଇ ଭାଲେ ଲେଖା (3)

ତଳପ ସଙ୍ଗମ ବେଳେ ତୋର        କଳ ପଦାମୃତ ଜରଜର

ଜଳପ ଅଳପ ଶୁଣିଲେ ମଣନ୍ତି ବଳପର ସମ୍ପତ୍ତିକି ଛାର (4)

ରାଜାଧିପୟକୁ ଖୁଣିବାକୁ              ବାଜାବୃନ୍ଦ ନିନ୍ଦା ଭଣିବାକୁ

ଖଞ୍ଜ ରଖିଅଛି ଶ୍ରୁତିକି ତୋ ପଦ ମଞ୍ଜୀର ଶିଞ୍ଜିତ ଶୁଣିବାକୁ (5)

ଏପରି ନିଶି ପ୍ରସରି ବଂଶୀନିନାଦ- ଭୂଜଙ୍ଗୀ ଦେଲା ବଂଶୀ

ଅଷ୍ଟଦୁର୍ଗ ନେତା ବୋଲେ ହତଚେତା ହେଲେ ଗତିଜିତ କଳହଂସୀ (6)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics