STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (ଧର୍ମୀୟ - 1)

ଚଉପଦୀ (ଧର୍ମୀୟ - 1)

1 min
219

ଚଉପଦୀ

(ଭାଗ 1)

(ଧର୍ମୀୟ ଓ ରାଗାନୁଗା ଭକ୍ତିମୂଳକ)

ରାଗ – ଭୈରବୀ, ଆଦିତାଳ

ଅଛି ଏତେ ମନୋରଥ କରି ରେ, ସହଚରୀ (ପଦ)

ତମାଳ ମହେନ୍ଦ୍ରମଣି ଅପଘନ,

ପରିରମ୍ଭକୁ କି ଅଟେ ମୁଁ ଭାଜନ,

କେବଳ ଡାକିବ ଥରେ ସେ ମୋହନ, ମୂରଲୀ ମୋ ନାମ ଧରି (1)

ଯାଉ ଯାଉ ବାଟେ ଭଟିଲେକ ରାଧା,

ତାଙ୍କୁ ଦେଖି କୃଷ୍ଣ ହୋଇଲେକ ଶ୍ରଦ୍ଧା,

ଯମୁନାର ତଟେ, ବୃନ୍ଦାବନ ଘାଟେ,ଡାକିକରି ମନେ ତୋରି ରେ (2)

ଶ୍ୟାମସଙ୍ଗ ରଙ୍ଗଭାବ ରସ କେଳି,

ଲଭିବାକୁ ମୁଁ କି ଛାର ଏତେ ଭଳି

ଏତେ ଭଳି ଦେଖିଥିବି ଥରେ ନୀପକୁଞ୍ଜ କେଳି ବିଜଂ ଶୋଭା ମାଧୁରୀ (3)

ଜଣାଉଛି ଜଗଦ୍ଦେବଙ୍କ ଛାମୁରେ,

ଚାରୁଭୂରୁଭଙ୍ଗୀ ବିଳାସ ମଦରେ,--

ଅଳପ ମୋ ଠାରେ ପକାଇ ଦେବାରେ କରୁଣା କଟାକ୍ଷ ହରି (4)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics