STORYMIRROR

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

2  

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

ଚଉପଦୀ - ଦେଲି ସହି କୁଳକୁ ଟେକି

ଚଉପଦୀ - ଦେଲି ସହି କୁଳକୁ ଟେକି

1 min
14.1K


ଦେଲି ସହି କୁଳକୁ ଟେକି ଜଳାଞ୍ଜଳି

କବି - ଗୋପାଳକୃଷ୍ଣ ପଟ୍ଟନାୟକ

ରାଗ - ଆନନ୍ଦ ଭୈରବୀ , ତାଳ - ଏକତାଳି



ଦେଲି ସହି କୁଳକୁ ଟେକି ଜଳାଞ୍ଜଳି

କଲି ଗୋବିନ୍ଦ/ମୋହନ/ଶ୍ୟାମ ପ୍ରୀତିକି

ଜୀବନ ସଙ୍ଖାଳି । ପଦ ।

କରିଥିଲି ମୁଁ ଯେତେକ ବାର ବ୍ରତାବଳୀ

ହେଲାନି ତା ଯାକ ପଦତଳେ ନିଉଛାଳି । ୧ ।

କୋଟି ଜନ୍ମାନ୍ତର ପୁଣ୍ୟଫଳ ଗଲା ମିଳି

ମୁଁ ଯୋଗିନୀ ଜାଣ ଆଳୀ ସେ ମୋହର ଥାଳୀ । ୨ ।

ମୋ ହୃଦର ନବ ମୃଗମଦ ପତ୍ରାବଳୀ

ମତ୍ତ ମଧୁକର ସେ ମୁଁ କାନନ ନିଆଳୀ । ୩ ।

ସୁଗୁଣ ସୁନ୍ଦର ପଣ ଯାକ ଭାଳି ଭାଳି

ନାମ ଜପୁଥିବି ଏକା ଧରି ଜପାମାଳି । ୪ ।

ଅଖିଳ ସୌଭାଗ୍ୟବତୀ ମଉଳିର ମାଳି

ତୁନିହୁଅ ବୋଲନ୍ତି ଶ୍ରୀଲଳିତା ଏ ପାଳି । ୫ ।

ଶୁଭୁଛି କାନନୁ ବାହୁଡ଼ା ବଂଶୀ କାକଳୀ

ବୋଲେ ଗୋପାଳକୃଷ୍ଣ ଚାମର ଢାଳି ଢାଳି । ୬ ।


Rate this content
Log in

Similar oriya poem from Classics