Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

2  

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

ଚଉପଦୀ-ବଂଶୀଧାରୀ ସରି ଯିବନି ଜୀବନେ

ଚଉପଦୀ-ବଂଶୀଧାରୀ ସରି ଯିବନି ଜୀବନେ

1 min
6.8K


କବି - ବଳଦେବ ରଥ

ରାଗ - ପୁରବୀ ,ତାଳ -ଆଠତାଳି


ବଂଶୀଧାରୀ

ସରି ଯିବନି ଜୀବନେ କିଶୋରୀ ହେ । ଘୋଷା ।

ବିରହରେ ସଖୀ ହୋଇଛି କାତର

ସରୁଁ ସରିଲାଣି ସରୋଜ ପତର

ଦେଖିଲି ସଖୀର କଣ୍ଠରେ ମାତର

ଜୀବନକୁ ଅଛି ଧରି ହେ । ୧ ।

ଲାଗୁ ନ ଥିଲା ମୋ କରକୁ ନାଟିକା

ସଜନୀମାନେ ଦେଖି ହେଲେ ତାଟକା

ଧାଇଁ ଅଇଲି ମୁଁ ଶୁଣି ତାଙ୍କ ଡକା

ଥିବ କି ଜୀବନେ ସରି ହେ । ୨ ।

ନାସାଗ୍ରତେ ତୁଳ ଦେଲେ ତତପର

ନ ଚଳିଲା ପରି ଦିଶିଲା ନାଗର

ସଜନୀମାନେ ବସିଣ ସେହି ପୁର

ହା ରାବରେ ଥିଲା ପୂରି ହେ । ୩ ।

ତୁମ୍ଭଭଳି ଯେବେ ନୋହିଲା ପାତର

ପଚାରୁଛି ଶ୍ୟାମ ନ ଦିଅ ଉତ୍ତର

ଅନ୍ତର୍ଗତେ ଯେବେ ଥିଲାଟି ଅନ୍ତର

ଚିତ୍ତ କିପାଁ କଲ ଚୋରି ହେ । ୪ ।

ଲାଗିଥିଲେ ଜବାଧରୀର ସେବାରେ

ଆଶା ଅଛି ମୋହ ଯିବା ଆସିବାରେ

ହଟି ବସିଅଛି ଜୀବନ ନେବାରେ

ପାପୀ କାମ ଯମ ପରି ହେ । ୫ ।

ଦୀନବନ୍ଧୁ ଥାଉଁ ବିରହ ତୁଷାର

ନାଶକଲେ ପଦ୍ମିନୀକି ଏ ଅସାର

ବୋଲେ କବି ରବି ହେବଟି ଅସାର

ହସିବେ ସିନା ଭଗାରି ହେ । ୬ ।


Rate this content
Log in

Similar oriya poem from Classics