Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

2  

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

ଚଉପଦୀ - ବାଇଆଣୀ ଲୋ

ଚଉପଦୀ - ବାଇଆଣୀ ଲୋ

1 min
1.5K


କବି - ହାଡି ଦାସ


ଶୁଣ ହେ ସୁଜନ ଜନ ।

କେଉଟୁଣୀ କୋଳେ ଧରି ନନ୍ଦନ ।

ବାଇଆଣୀ ଲୋ ।

ଚୁଡ଼ା କୁଟେ ଘନ ଘନ । ଘୋଷା ।

ମନ ରଖି ଚୈତନ୍ୟରେ ।

ଧ୍ୟାନ ଲାଗିଅଛି ଅଣସୂତ୍ରରେ ।

ବାଇଆଣୀ ଲୋ ।

ଚନ୍ଦ୍ର ସୂର୍ଯ୍ୟ ଚାଲେ ଖରେ । ୧ ।

ଝୁମୁଟି ଲୀଳା ଲାଗିଛି ।

ବାମହସ୍ତ ଗୋଟିକି ରଖିଅଛି ।

ବାଇଆଣୀ ଲୋ ।

ଝୁମୁଟି ନାଚ ଲାଗିଛି । ୩ ।

ସୁନା ପିଞ୍ଜରୀରେ ପାରା ।

ଶୂନ୍ୟେ ରହିଛି ଶୂନ୍ୟେ ଯିବ ପରା ।

ବାଇଆଣୀ ଲୋ ।

ଶୂନ୍ୟକୁ କର ଆସରା । ୪ ।

ଭରାଣ୍ଡି ଯମ ଯନ୍ତ୍ରଣା ।

ଆଖି ଥାଉ ନ ହୁଅ ଦିନକଣା ।

ବାଇଆଣୀ ଲୋ ।

ହାଡ଼ି ନ ପାଏ ଠିକଣା । ୫ ।


Rate this content
Log in

Similar oriya poem from Classics