ଚଉପଦୀ - ଆସିବେ ଶ୍ରୀହରି
ଚଉପଦୀ - ଆସିବେ ଶ୍ରୀହରି
କବି - ଗୌରହରି ପରିଚ୍ଛା
ରାଗ -ଖମାଜ ତାଳ - ଆଦିତାଳ
ଆସିବେ ଶ୍ରୀହରି ।
ଆରେ ବରନାଗରି । ପଦ ।
ସାଜ ଶେଯ ସଜନି ମଞ୍ଜୁଳତରେ ।
ସଂଯୁତ କର ବକୁଳାବଳୀ କୁସୁମରେ । ୧ ।
ଜାଳି ରତନ ଦୀପକୁ ଚୌଦିଗରେ ।
ଢାଳିବା ଚାମର ରଖ ପାଶରେ । ୨ ।
ତାମ୍ବୁଳକୁ ଯତନେ ରଖ ସମ୍ପୂଟରେ ।
ଅମ୍ବୁଜାକ୍ଷି ସଜନି କହୁଛି ତୋରେ । ୩ ।
ଆଜ ବ୍ରଜଯୁବରାଜ ହରଷରେ ।
କୁଞ୍ଜେ ବିହରିବେ ଗୋ ମୋ ସଙ୍ଗରେ । ୪ ।
ବାସିତ ଚନ୍ଦନ ସିଞ୍ଚି ଏ ଆଳୟରେ ।
ଭାଷିଲେ ଶ୍ରୀଗୌରଚନ୍ଦ୍ର ସତ୍ୱରେ । ୫ ।
