STORYMIRROR

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

2  

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

ଚଉପଦୀ-ଆହାମୋ ନନ୍ଦ କୋଳେ ଗୋବିନ୍ଦ

ଚଉପଦୀ-ଆହାମୋ ନନ୍ଦ କୋଳେ ଗୋବିନ୍ଦ

1 min
14.2K


କବି - ଗୌରାଙ୍ଗ ଚରଣ ଅଧିକାରୀ

ରାଗ - ଶଙ୍କରାଭରଣ , ତାଳ - ଏକତାଳି


ଆହା ମୋ ନନ୍ଦକୋଳେ ଗୋବିନ୍ଦ

ନନ୍ଦକୋଳେ ଶ୍ରୀ ଗୋବିନ୍ଦ

ବାଜେ ଶଙ୍ଖ ଭେରୀ ତୂରୀ ଭୁବନ ଆନନ୍ଦ । ଘୋଷା ।

ନୀଳ ନଳିନ ଲପନ ଶୋଭା ସୁସମ୍ପଦ

ଗୋପୀ ଗୋପାଳଙ୍କ ସୁଖ ପୁନିଅଁର ଚାନ୍ଦ । ୧ ।

ଯଶୋଦା ଅଞ୍ଚଳନିଧି ଶ୍ରୀ ବାଳମୁକୁନ୍ଦ

ଲାବଣ୍ୟ ଚରଣ ତଳ ରକ୍ତ ଅରବିନ୍ଦ । ୨ ।

ବଙ୍କିମା ଚାହାଣୀ କି ସେ ହାସ ମନ୍ଦ ମନ୍ଦ

ସଂସାର ସାର ସୁଷମା ଶ୍ରୀପରମାନନ୍ଦ । ୩ ।

ପାନ କରିବାକୁ ସେ ପଦାବ୍ଜ ମକରନ୍ଦ

ଗୌର ଚରଣ ଦ୍ୱିଜର ମାନସ ମିଳିନ୍ଦ । ୪ ।


Rate this content
Log in

Similar oriya poem from Classics