STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (99)

ଚଉପଦୀ (99)

1 min
202


ରାଗ - ଆନନ୍ଦ ଭୈରବୀ - ତ୍ରିପଟା

ପ୍ରାଣବନ୍ଧୁଆ, ଆଜ ତୋ ଅନାଉଣି ନୂଆ ରେ (ଘୋଷା)

ସ୍ମିତ କାନ୍ତି ପ୍ରସରୁ,          ସରୁମଧ୍ୟାରେ କରୁ,

ବସୁଧା ସୁଧାରେ ଗାଧୁଆ ରେ (1)

ହିୟାରେ ଢଳି ମୋର,              ସୁଆଦ ରଦାମ୍ବର,

ପିଆଇ ଧନ ମୋତେ ଜିଆ ରେ (2)

ନିଶ ମରଦୁ ଅଛି,           କି ସମଜୁଛୁଛି ଛି,

ବିଷମ ବିଶିଖ – ମଦୁଆରେ (3)

ଅମଳ ମୃଦୁ ଦେହା,         ଶ୍ୟାମଳ ଉରେ ବୁହା,

ଯାମଳ ପୀୟୁଷ -  ମାଠିଆରେ (4)

ଶ୍ରୀ ଜଗଦ୍ଦେବ ଭାଷେ,              ଦେବୀ ସବ୍ରୀଡ ହାସେ,

ଅଣିମାଦି ସୁଖକୁ ଦିଆ ରେ (5) 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics