ଚଉପଦୀ (94)
ଚଉପଦୀ (94)
ଚଉପଦୀ
(94)
ରାଗ ସାରଙ୍ଗ ଝୁଲା
ପରବ ଚନ୍ଦ୍ରମା ମୁହୀଁ, ପର ବତ ମତେ ନକର ତୁହି ରେ,
ପରବତ ରତେ ସହି, ମୋ ଧନ ରେ (1)
ନିଧୂବନ ବିଚକ୍ଷଣା,ବିଧୁର କିମ୍ପାଇ ହେଉ ସୁମନା ରେ,
ମଧୁର ବଚନ ଶୁଣା, ମୋ ଧନ ରେ (2)
ବରସାରସ ଗମନେ, ନ ରସାଉ ରସେ ମନ କି ମନେ ରେ,
ଭରସା ତୁ ତ ଭୂବନେ, ମୋ ଧନ ରେ (3)
ମଦନ ଦର୍ପଣମୁଖୀ, ବଦନ ତୋହର ଶୁଖିଲା ଦେଖି ରେ,
କଦନ ଲଭଇ ଆଖି, ମୋ ଧନ ରେ (5)
ପରମ ଦୟାଳୁ ହୋଇ, ପରମଣି ମୋତେ ନଚାହୁଁ ସହିରେ ,
ମରମକୁ ବାଧେ ଏହି, ମୋ ଧନ ରେ (6)
ହରଶତ୍ରୁ ବିନ୍ଧେ ଶର,ହରଷେ ଅପାଙ୍ଗେ ଅନାଇ ମୋର ରେ,
ହର ସବୁ ଦୁଃଖ ଭାର, ସୋ ଧନ ରେ(7)
ଶରମରେ ଲଭିଥିଲି, ନରମ ଅଙ୍ଗୀ ନ ଚାହିଁଲୁ ବୋଲି ରେ,
କରମକୁ ଆଦରିଲି ,ମୋ ଧନ ରେ (8)
କୁରଙ୍ଗ ଚାରୁ ଲୋଚନା,ସୁରଙ୍ଗ ଅଧରେ ମାଧୁରୀଘେନା ରେ,
ତୁ ରଙ୍ଗରେ ବାରେ ଅନା ,ମୋ ଧନ ରେ (9)
ହୀରକଦରଦନୀ ଧନ, ଧିରକରି ତୁ ଆଲିଙ୍ଗନ ରେ,
ଗିର କରି ପଦେ ଦାନ, ମୋ ଧନ ରେ (10)
ଛଇଳୀ ଥିବ କି ମନେ, ଧଇଲି କର ନଘେନିଲୁ ଦିନେ ରେ,
ରହିଲି ମୁଁ ଅଭିମାନେ ମୋ ଧନ ରେ (11)
ରସିକା ସେଦିନ ନିଶି, ରସି କାମେ ମୋର ମନକୁ ତୋଷି ରେ,
ହସି ଏକା ଗଲୁ ମିଶି ମୋ ଧନ ରେ (12)
ଗତ ରସ କଥା ମାନ, ରତରସ କିମ୍ପା କରୁଛୁ ଘେନ ରେ,
ସତର ବୟସୀ ଧନ, ମୋ ଧନ ରେ (13)
ହରିଚନ୍ଦନ ବୋଲନ୍ତି, ପରିଚନ୍ଦନୁ ତ ଶୀତଳ ଅତି ରେ,
କରିଛୁ କଠୋର ମତି, ମୋଧନ ରେ (14)
କବିସୂର୍ଯ୍ୟ ବଳଦେବ ରଥ
