STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (୮୯)

ଚଉପଦୀ (୮୯)

1 min
108

ଚଉପଦୀ

(୮୯)


ରାଗ - ଶ୍ୟାମ – କଲ୍ୟାଣ- ଆଡତାଳି


ନୂଆ ଛଇଳା, ଥରେ ରସେ ରସାଇବି ରେ

କଦନକୁ ମୋ ଧନ ଲସାଇବି ରେ (0)

ସକରୁଣ ସ୍ମିତେ ଅଙ୍ଗୀ -କାର କର ଶିରିଷାଙ୍ଗୀ

ତଳୁ ତୋଳି କୋଳରେ ବସାଇବି ରେ (1)

ଚୁମ୍ବି ଚୁମ୍ବାଇ ଅଧର କରେ ଦେଇ ପୟୋଧର

ଗଣ୍ଡେ ଗଣ୍ଡସ୍ଥଳକୁ ଘଷାଇବି ରେ (2)

ମୋ ଛାତି ଚନ୍ଦ୍ରପରାଗୁ କିଛି ତୋ କୁଚାଗ୍ରେ ଲାଗୁ

ମଦନର ଭଗାରି ହସାଇଈବି ରେ (3)

ତୋ ଭୁଜେ ମଣ୍ଡି ମୋ ଗଜ ଦୁହିଁଙ୍କ ମନଯୁଗଳ

ରସାନନ୍ଦ ପ୍ରବାହେ ଭସାଇବି ରେ (4)

କହେ ଅଷ୍ଟଦୁର୍ଗନାଥ ପୂରି ଦୁଇ ମନୋରଥ

ପାପ ତାପଯାକକୁ ଖସାଇବି ରେ (5)

କବିସୂର୍ଯ୍ୟ ବଳଦେବ ରଥ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics