STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (76)

ଚଉପଦୀ (76)

1 min
255

ଚଉପଦୀ

(76)

ଧନକୁ କେ ମାନେ ବଳାଇଲା ରେ

କେ ଦେଲା ଏ ଦଣ୍ଡ                     ରୋଷ ଲୌହ ଦଣ୍ଡ

ତା ମନ କୁନ୍ଦରେ ଖୁନ୍ଦାଇଲା ରେ (0)

ମୋ ସୁଖ ମୃଦୁଳ-

ମାଳତୀର ମାଳ

 କା ପାଦ ପାଷାଣ ବୋଲାଇଲା ରେ (1)

ମୋ ହୃଦ ଭିତରେ

            ଅନଙ୍ଗ ଅହିରେ

               କି ସମୟ ଜାଣି ଖେଳାଇଲା ରେ (2)

                    ବୋଲେ କବି ସୂର୍ଯ୍ୟ

                       ଆହା ମୋ ଧଇର୍ଯ୍ୟ

               ତୁଳା ପଟଳକୁ ଜଳାଇଲା ରେ (3)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics