Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (74)

ଚଉପଦୀ (74)

1 min
285


ଚଉପଦୀ

(74)


ରାଗ ଏମନ କଲ୍ୟାଣ ଆଡତାଳ

ଦୋଷବିନା ମୋ ନବୀନା ରୋଷ କିମ୍ପାଇ ବହିଲା ରେ (ପଦ)

ଗେଲାଇ ନାଗରୀ ମେଳେ, ଗଜରାଜଗତି, ଗଲାବେଳେ,

ମୋ ଆଡକୁ ଫେରି ଥରେ ହେଲେ ମୋତେ ନ ଚାହିଁଲା ରେ (1)

ମନୋହର ବେଶ ପାଇଁ ସୁମନସ ଖୋଜି ଦେଲି ନେଇ,

ତା ନ ଘେନି ଜୀବଧନୀ ମଥାପୋତି ରହିଲା ରେ(2)

ଦିନେ ବସି ସଖିସଙ୍ଗେ,ହରୁଥିଲା କାଳ ନା ନାରଙ୍ଗେ

ସେ ସମୟ ମୋତେ ଦେଖି ହସି ଉଭା ତ ନୋହିଲା ରେ (3)

ତା ପ୍ରୀତି ନଲଭିବା ଦିନୁ, ଲବେ ନ ମାନଇ ଫୁଲଧନୁ,

ସେ କଷଣ ସହବୋଲି ବିହି ଏକା କି ଲିହିଲା ରେ (4)

ନସହି ମୋର ତ ଶିରୀ ,କି ବିଚାରି ସେ ତ କୋପକରି,

ମୋତେ ପଞ୍ଚଶରେ ରଚି ତାକୁ କି ଅବା କହିଲା ରେ (5)

ବୋଲେ ଅଷ୍ଟଦୁର୍ଗନାଥ, କି କରିବି ନ ଦିଶଇ ପଥ

ଚାହୁଁ ଚାହୁଁ ଦଶଦିଶ କାମ ଅନ୍ଧାର ପିହିଲା ରେ (6)

କବିସୂର୍ଯ୍ୟ ବଳଦେବ ରଥ



Rate this content
Log in

Similar oriya poem from Classics