STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (54)

ଚଉପଦୀ (54)

1 min
120


ଚାନ୍ଦ ସୁନ୍ଦରମୁଖି ରେ,

ବୃନ୍ଦ ବୃନ୍ଦ କନ୍ଦର୍ପ ଶରମୟ ସର୍ପ ନ ଦିଏ ମୋ ଦର୍ପ ରଖିରେ (ପଦ)

ରସାଇ ସାରସ ଦୃଶା ଲସା ମୋ ଦୁର୍ଦ୍ଦଶାରେ,

ଦଶାରେ ତୋ ଲାଭ ସୋ ଭରସା ରସାଳସା ରେ l

ନିଶାରମଣକର, ବିଶାଳମଦହର, ହସା ବିଭବ ଭର,

ମିଶା ମଧୁରତର,ପ୍ରସାଦ ପରିହର, ରୁଷାରୁତ ନକର,

ତୃଷା ମୋହର ହର, କୃଶାନୁବର ରେ (1)

ବଳାହକ ବିଯୟି କୁନ୍ତଳା ଲୀଳାବତୀ ରେ l

ଝଳାଅ କୁଞ୍ଜର କୁମ୍ଭସ୍ଥଳାକୃତି ଛାତି ରେ l

ଗଳାନବରତନ, କଳାପ ଅନୁଦିନ, ଚଳାଚଳ ନୟନ,

ଢଳା ରସକୁ ମନ, ବଳାଅ ରେ ମଦନ, କଳାନିଧି ବହନ,

କଳାପହକଦନ, ପଳାଉ ଧନ ରେ (2)

ଚରାଚର ବିଭୂଷଣା ଧରାଧରସ୍ତନା ରେ ,

ପରାଣ ଅଛି ତୁ ଦେବା କରାରରୁ ସିନା ରେ,

ଧରାତଳେ ମୋ ଗତି, ପରା ତୁ ଗଜଗତି,

ହରାରିଶରେ ନିତି, ମରାଇ ଅକୀରତି,

ପରାଗରେ ଜଗତି, କରାଉଛୁ ଭରତି,

ଅରାଳ ଭୂରୁତତି, ଝରା ସୁଦତି ରେ (3)

କହେ ଅଷ୍ଟଦୁର୍ଗ ନାଥସ୍ନେହେ ତୁ ଅଧିନା ରେ,

ଅହେତୁକ ରୋଷ ଛାଡ ମହେଶମୋହନା ରେ,

ବହେ ଅନବରତ, ବହେ ମୃଦୁମରୁତ,ସହେମ ମରକତ

ଗୃହେ ହୋଇ ମିଳିତ, ତୁ ହେବୁ ରସ ରତ,

ଦୁହେଁ ହେବା ସଙ୍ଗତ, ମୁଁ ହେବି ମହୀଗତ,

ମହେନ୍ଦ୍ରବତ ରେ (4)




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics