STORYMIRROR

Gitanjali Pujapanda

Classics Others

4  

Gitanjali Pujapanda

Classics Others

ଓଁ ନମଃ ଶିବାୟ

ଓଁ ନମଃ ଶିବାୟ

1 min
511


ଆଶୁତୋଷ, ଶଶାଙ୍କ ଶେଖର ହେ ଚନ୍ଦ୍ର ମୌଳି

        ହେ ଚିତାମ୍ବର, ତୁମେ ହିଁ ଦୟା କ୍ଷମାର ସାଗର।ତୁମରି କରୁଣା ବାରି ରେ ହସୁ ଏ ସାଂସର

          ଓଁ ନମଃ ଶିବାୟ ଜପେ ମୁଁ ବାରମ୍ବାର।।

ହେ ପାର୍ବତୀ ପତି, ହେ ଗଙ୍ଗାଧର ପାନ କରି  ନୀଳ ଗରଳ

ତୁମେ ବୋଲାଇଲ ନୀଳ କଣ୍ଠେଶ୍ୱର।

ତୁମରି କରୁଣା ରେ ହସୁ ଏ ସାଂସର

              ଓଁ ନମଃ ଶିବାୟ ଜପେ ମୁଁ ବାରମ୍ବାର।।

କୈଳାସବାସୀ ଆହେ ଅବିନାଶୀ ଶଙ୍କର

          ହେ ଡମ୍ବରୁ ଧାରୀ ତ୍ରିପୁରାରୀ ସତୀପତି ମହେଶ୍ୱର।

ତୁମରି କରୁଣା ରେ ହସୁ ଏ ସାଂସର

                  ଓଁ ନମଃ ଶିବାୟ ଜପେ ମୁଁ ବାରମ୍ବାର।।

ହେ ଶିବ ଶଙ୍କର , ଦୁଃଖ ଶୋକ ହରଣ କାରୀ

        ସଦାଶିବ ବିଷ କରି ପାନ ରଖିଲ ସୃଜନ ସୃଷ୍ଟିର।

 ତୁମରି କରୁଣା ରେ ହସୁ ଏ ସାଂସର

                    ଓଁ ନମଃ ଶିବାୟ ଜପେ ମୁଁ ବାରମ୍ବାର।।

  ହେ କେଦାରେଶ୍ୱର ହେ ସୋମନାଥ ଆହେ ବିଶ୍ୱନାଥ

         ମଲ୍ଲିକା ଅର୍ଜ୍ଜୁନ, ମହାକାଳ ତୁମେ ହିଁ ଶକ୍ତିର ଆଧାର।

   ତୁମରି କରୁଣା ରେ ହସୁ ଏ ସାଂସର

           ଓଁ ନମଃ ଶିବାୟ ଜପେ ମୁଁ ବାରମ୍ବାର।।

ସୃଷ୍ଟି ସର୍ଜନା ରେ ତୁମେ ପ୍ରଳୟତାଣ୍ଡବ ରେ ତୁମେ

             ସବୁ ଠାରେ ତୁମେ ହିଁ ତୁମେ ବିରାଜିତ।

  ତୁମ କରୁଣା ରେ ହସୁ ଏ ସାଂସର

          ଓଁ ନମଃ ଶିବାୟ ଜପେ ମୁଁ ବାରମ୍ବାର।।

     ତୁମେ ହିଁ କରୁଣା ର ଅବତାର

            ହେ ଭୋଳା ଶଙ୍କର ତୁମକୁ କରେ ମୁଁ ନମସ୍କାର।।

ହେ ବେଦ୍ୟନାଥ, କାଶୀ ବିଶ୍ଵନାଥ ଆହେ ମମ୍ମଲେଶ୍ୱର

        ଆହେ କୈଳାସବାସୀ ହେ ସୋମନାଥ

ହେପାର୍ବତୀ ପତି, ଆହେ ଅମର ନାଥ ହେ ଭୀମଶଙ୍କର

   ହେ ରାମେଶ୍ୱର, ନଗେଶ୍ୱର ତୁମ ଚରଣ ତଳେ ଦେଇ

ତ୍ରିଶାଖା ବେଲ ପତ୍ର, ପୂଜେ ମୁଁ ତୁମକୁ ଦେଇ

ମାଳତୀ ଦୁଦୁରା ଫୁଲ ଘେନ ବାରେ ମୋ ନମସ୍କାର।

ତୁମରି କରୁଣା ରେ ହସୁ ଏ ସାଂସର , ଧ୍ବଂସ ହେଉ

         ଏ କରୋନା ମହାମାରୀ ଦୟା କର ।

ପ୍ରଭୁ ଦୟା କର, ପ୍ରଭୂ ଦୟା କର ।

ବାରେ ଦୟା  କର, ପ୍ରାର୍ଥନା କରେ ମୁଁ ହାତ ଯୋଡି।

               



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics