Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Apalata Aruk

Classics Others

4  

Apalata Aruk

Classics Others

ଓଡ଼ିଆ ପ୍ରବେଶ ଦ୍ୱାର

ଓଡ଼ିଆ ପ୍ରବେଶ ଦ୍ୱାର

1 min
349


 

କହିବା ଓଡ଼ିଆ ପଢିବା ଓଡ଼ିଆ

ଲେଖିବା ଓଡ଼ିଆ ପାଠ,

ମାଆ କହୁଥିବା ସେ ଭାଷା ମଧୁର

ଆମ ପାଇଁ ସଦା ଶ୍ରେଷ୍ଠ ।

ଅନ୍ୟ ଭାଷା ସିନା ଝରକା ସଦୃଶ

ଓଡ଼ିଆ ପ୍ରବେଶ ଦ୍ୱାର,

ଝରକା ଦେଇକି ପଶି ହୁଏ ଘରେ

ଦ୍ୱାର ଦେଶ ସିନା ସାର ।

ମାତୃଭାଷାର ଯେ କରେ ଅନାଦର

ଧିକ ତା' ଓଡ଼ିଆପଣ,

ଭାଷାର ଉନ୍ନତି ସାଧନରେ ସିନା

ଜାତିର ହେବ କଲ୍ୟାଣ ।

ଏଇ ଭାଷା ପରା ଗଢିଥିଲା ଆମ 

ସ୍ୱତନ୍ତ୍ର ରାଜ୍ୟ ଓଡିଶା,

ତାହାର ମର୍ଯ୍ୟାଦା ରକ୍ଷା ହେଉ ସଦା

ସେ ଆମ ଆଶା ଭରସା।

କେଡେ ମହନୀୟ କେଡେ କମନୀୟ

ଏ ମାତୃଭାଷା ଆମର,

କେତେ ମାତ୍ରା ଫଳା ଅଳଙ୍କାରଯୁକ୍ତା

ମଞ୍ଜୁଳ ଶବ୍ଦ ସମ୍ଭାର ।

ଏ ମାତୃଭାଷାର ସୁରକ୍ଷା କରିବା

ବଢାଇବା ତା'ର ମାନ,

ଏଇ ଭାଷା ଆମ ପ୍ରାଣର ସ୍ପନ୍ଦନ 

ଏ ଭାଷା ଆମ ଜୀବନ ।



Rate this content
Log in

Similar oriya poem from Classics