STORYMIRROR

Kalandi pal

Abstract Classics

4  

Kalandi pal

Abstract Classics

ଚେଇଁ ଚେଇଁ ଦେଖେ ସ୍ବପ୍ନ

ଚେଇଁ ଚେଇଁ ଦେଖେ ସ୍ବପ୍ନ

1 min
204


ନିଶା ଅନ୍ଧକାରେ ଦୁଃସ୍ବପ୍ନ ବିରାଜେ

      ଭୟେ ଶିହରଣ ମନ

ହେଲେ ଦିବାଲୋକେ ଚେଇଁ ଚେଇଁ ଦେଖେ

      କେତେ କେତେ ଦୁଃସପନ

ପ୍ରଭୁ, ହୀନିମାନ ଏ ଜୀବନ ।୦।


ମାଡି ମାଡି ପଡେ ସତେ ଚାରିଆଡେ

      ଅଦୃଶ୍ୟ ଶକ୍ତି କରାଳେ

ଏରୁଣ୍ଡି ଡେଇଁଲେ ଦାଣ୍ଡେ ଗୋଡ଼ ଦେଲେ

      ଗ୍ରାସି ଦେବ ବାହୁ ବଳେ

ରୀତି, ନିତି କିଛି ନ ମାନିଲେ ପ୍ରଭୁ

      ଚାଲିଯିବ ଏ ଜୀବନ ।୧।


ମହା ବାହୁବଳୀ ମହା ଶକ୍ତିଶାଳୀ

      କେତେ ବେଳେ କେଉଁ ରୂପେ

ଥରାଏ ଜଗତ କରେ ହନ୍ତସନ୍ତ

      ଶାପ ଗ୍ରସ୍ତ କାହା ଶାପେ

ଏ ବିପଦ ବେଳେ ସାହାହୁଅ ବାରେ

      ହେ ପ୍ରଭୁ ଚକାନୟନ ।୨।



Rate this content
Log in

Similar oriya poem from Abstract