STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (50)

ଚଉପଦୀ (50)

1 min
189

ଚଉପଦୀ

(50)

ଘେନ ମୋ’ର ଭାରତୀ ମନ୍ଥର ଗତି ରେ l (0)

ନାସିକା ମଣି ନଚାଇ, କଟି ରସନା ବଜାଇ,

ରସ ଶମ୍ବରାରି ରଣେ ହୋଇ ତୋଷମତିରେ (1)

ଗେଲେ ଉହୁଁ ଗିରଭାଷି ଭାଲେ କଞ୍ଜ ଡୋଳା ଖୋଷି

ଗାଢେଭିଡି ସୁକରଜେ କକାଅ କରତିରେ (2)

ତୋର ବିରସ ବଦନ ଦେଖି ଆରେ ଜୀବଧନ l

ଅଦେହ ଶରେ ମୋ, ଦେହ କଲାଣି ଭରତିରେ (3)

ପରିଣତ ବିମ୍ବାଧରି କଲେ ପରିପନ୍ଥୀ ପରି

ତୋ ବିନା ଏ ଧରିତ୍ରୀରେ କହ କେ ମୋ ଗତିରେ (4)

ଛୋଟରାୟ ଦେବ କହେ ମୁହିଁ ଅପରାଧୀ ନୁହେଁ

କରକରୁଣା ଚିତ୍ତ ରେ ମାନି ମୋ ମିନତି ରେ (5)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics