ଚଉପଦୀ (50)
ଚଉପଦୀ (50)
ଚଉପଦୀ
(50)
ଘେନ ମୋ’ର ଭାରତୀ ମନ୍ଥର ଗତି ରେ l (0)
ନାସିକା ମଣି ନଚାଇ, କଟି ରସନା ବଜାଇ,
ରସ ଶମ୍ବରାରି ରଣେ ହୋଇ ତୋଷମତିରେ (1)
ଗେଲେ ଉହୁଁ ଗିରଭାଷି ଭାଲେ କଞ୍ଜ ଡୋଳା ଖୋଷି
ଗାଢେଭିଡି ସୁକରଜେ କକାଅ କରତିରେ (2)
ତୋର ବିରସ ବଦନ ଦେଖି ଆରେ ଜୀବଧନ l
ଅଦେହ ଶରେ ମୋ, ଦେହ କଲାଣି ଭରତିରେ (3)
ପରିଣତ ବିମ୍ବାଧରି କଲେ ପରିପନ୍ଥୀ ପରି
ତୋ ବିନା ଏ ଧରିତ୍ରୀରେ କହ କେ ମୋ ଗତିରେ (4)
ଛୋଟରାୟ ଦେବ କହେ ମୁହିଁ ଅପରାଧୀ ନୁହେଁ
କରକରୁଣା ଚିତ୍ତ ରେ ମାନି ମୋ ମିନତି ରେ (5)
କବିସୂର୍ଯ୍ୟ ବଳଦେବ ରଥ
