STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (49)

ଚଉପଦୀ (49)

1 min
123

ଚଉପଦୀ

(49)

ରାଗ ସାବେରୀ ଆଡତାଳି

ଘନ ନିଶାରେ, ରମଣୀମଣି ଦେଲା ବାସବ ଉୂତି ମୋରେ (ପଦ)

ଜାତୀ ଉପବନ ଜଗତୀକି

ମତି ମୋହନା ତେଜି ଭୀତିକି

ବିଜେ କଲା ଝରଝର ନୀରବରଷା ରେ (1)

ଜିଣିବାକୁ ରାମା ପଞ୍ଚବାଣ, ମଣିଭୂଷଣେ ହୋଇ ଭୂଷଣ

କିଣି ଘେନିଗଲା ମୋର ପ୍ରାଣ,

ଛାତି ସୁପାତିରେ ମାତି ସେ ନେବ ନିଶାରେ (2)

ତରତର ଝଲକାଝଲକ, ବାରବାର ଲୁଟିଲା ପଲକ

ମୋର ହରିଲା ଧୀର ବିବେକ,

ନଚାଇଲା ଯୋଡି ମୋତି ବସଣୀ ନାଶାରେ (3)

ଧରି ବରାରୁହା କୁଚ କୁମ୍ଭ,ବାରିରୁହ ମୁଖେ ଦେଇ ଚୁମ୍ବ

କରିବାଳା ମୋତେ ପରିରମ୍ଭ

ମନ ମୋହ ନେଲା କହିକହି ବିନୟ ଭାଷାରେ (4)

କେଳିରସେ ନିମଜ୍ଜିତ ରଙ୍ଗେ, ଢାଳି ନୟନ ଚାହେଁ କିଭଙ୍ଗେ

ଢଳି ଝୁଲିଯାଏ ମୋର ଅଙ୍ଗେ

ପୂର୍ଣ୍ଣକଲା ଛୋଟରାୟ ଦେଉ ଲିପିସାରେ (5)

କବିସୂର୍ଯ୍ୟ ବଳଦେବ ରଥ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics