STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (42)

ଚଉପଦୀ (42)

1 min
168

ଚଉପଦୀ

(42)

ରାଗ କେଦାର, ତାଳ ସରିମନ

ଖଚ ବଚନକୁ ସତ ମଣି କି ରେ (ଘୋଷା)

ଆଦରଶେ ଥିବା ବାଙ୍କ, ଗଙ୍ଗାଜଳେ ଅଛି ପଙ୍କ, ରବିବିମ୍ବରେ କଳଙ୍କ ଭରିକି ରେ (1)

ଭୃତ୍ୟର ବିଶ୍ୱାସ ଦେଖି, କରିଥାଇ ଯେବେ ସୁଖୀ, କାଳେ ତା ଚିତ୍ତରେ ରଖି ଟାଣିକି ରେ(2)

ମଦନ ଅମଳ ବଶେ, କ୍ଷତ ଯେବେ ଦନ୍ତ ବାସେ,ଦିଶଇ ଏ ଦୋଷ ଦୋଷେ ଗଣି କି ରେ (3)

ଯେବେ ପ୍ରଭୁପଣ କରି,ପାରିବୁ ହିରଣ୍ୟଗୋରି, ଜିଣି ଯିବି କରେ ଧରି ଫଣୀକି ରେ (4)

ଲଭିବାରୁ ମୁଁ ପଣ୍ଡିତା, ବର ତୋ ପରି ଚାରିତା, ଲକ୍ଷ ଏ କରେଁଟି ଚିନ୍ତାମଣଣିକି ରେ (5)

ଏଣିକି ତୋ ଅନୁଗ୍ରହ, ନୋହିଲେ ମୋ ରିପୁବ୍ୟୂହ, ରହିବ ମୋ ପାଇଁ ଦେହପଣିକି ରେ (6)

ଅଗଣିତ ଆନମନ, ଅନାଅ ବରଜି ମାନ,ରାୟଗୁରୁ କବି ଦିନମଣିକି ରେ (7)

କବିସୂର୍ଯ୍ୟ ବଳଦେବ ରଥ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics