STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (41)

ଚଉପଦୀ (41)

1 min
153

ଚଉପଦୀ

(41)

(ଶ୍ରୀ ରାଗ କାମୋଦୀ)

କୁନ୍ଦ ସୁନ୍ଦରହାସୀ ଇନ୍ଦୁ ବଦନା (ପଦ)


ଶମ୍ବ ବିଶିଖମଣି କେଶୀ ରେ ସହି

ବିମ୍ବ ସଦୃଶ ରଦନାମ୍ବର ଚାହିଁ

ଚୁମ୍ବନ ବିନୁ ଧୃତି ସମ୍ବବୁ ନାହିଁ ନ କର ମନା (1)

କୁଞ୍ଜରବର ଗତିରେ କୁଟିଳାକ୍ଷା

ପଡିଛି ନିକଟ ଅନାଉଣି ଦୀକ୍ଷା

କଞ୍ଜ ସୁରଭି ତନୁ ମୋର ତୁ ରକ୍ଷା ମୋ ମନ୍ତ୍ର ତୋ ନା (2)

ଆଜ ରଜନୀ ଧନ ତୋର ଫରମାସେ

ହାଜର ହେବି ଫୁଲବଲ୍ଲୀ ନିବାସେ

ଲାଜ ରହିତ ନୟାନାନ୍ତ ସବିଳାସେ ଅଳପ ଅନା (3)

ଅଙ୍କେ ବିହର ପିକ ନିଶ୍ୱନ ଗାନେ

ଶହ୍କର ରିପୁ ରଣରଙ୍କ ବିଧାନେ

ରଙ୍କେ ନୃପତି ରାମା ତୁ ନିଦାନେ ଘେନ ବେଦନା (4)

ଭାଷଇ ନୃପ ଜଗଦ୍ଦେବ ୟେ ଭାଷା

ରଣ କୁଶଳୀ ରସିକାବର ଯ଼ୋଷା

ହ୍ରାସ ସଫଳ କଲା ସକଳ ଆଶା ଶମଦମନା (5)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics