STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (30)

ଚଉପଦୀ (30)

1 min
244

ଚଉପଦୀ

(30)

ରାଗ- ଭୈରବୀ -ଆଡତାଳି

କାହିଁ ଲୁଚାଇ ସେ ସ୍ନେହ, ଚାହିଁଲୁ ଧରା ରେ (0)

ମଦନ- ଦର୍ପଣଝଳି - ସଦନ ସସ୍ମିତ କେଳି

ବଦନ ବିମୋଦ ନତ ଅଙ୍ଗୀ ନକରା ରେ (1)

ଅରୁଣ ଓଷ୍ଠି ରୁଚିର - ଚରଣ ପଙ୍କଜ ତୋର

ଶରଣ ତୁ ପରା ମୋର ମଉଳି - ଝରା ରେ (2)

ଠିକ ଯୁବ ମଦ ଜଳ  - ପିକଭାଷୀ ତୋ ତାମ୍ବୁଳ -

ପିକଦାନୀ ଦାନୀବର ମୋ କରେ ଧରା ରେ (3)

ମନକୁ ମ୍ଳାନ ନକର - ଘନ କୁନ୍ତଳା ମୋହର

ଧନକୁ ଜୀବନକୁ ତୁ ଅଧିକ ପରା ରେ (4)

ଶଶୀହାସୀ ମାର ମଦେ - ଇସି ଭାଷି ମୋର ହୃଦେ

ଠେସି ଦିଅ ପୀନସ୍ତନ କନକ ଗରା ରେ (5)

ବସୁ ଦୁର୍ଗନାଥ ବୋଲେ - ବସୁମତୀ - ଭୂଷା ଗେଲେ

ରସୁ ଲେଖା ହେଳେ ସ୍ମର ଦୁଃଖ ପାଶୋରା ରେ (6)

କବି ସୂର୍ଯ୍ୟ ବଳଦେବ ରଥ



Rate this content
Log in

Similar oriya poem from Classics