STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (29)

ଚଉପଦୀ (29)

1 min
185

ଚଉପଦୀ

(29)

କାହିଁକି ଆଜ-

ଦ୍ୱଜରାଜ ବଦନେ, ଲାଜ

ଭରି କିଶୋରୀ ନ ଚୁମ୍ବୁ ଗୋ (0)

ଅରସବତୀ ଘନ -       କୁନ୍ତଳା ବୋଲି ଜନ

ନ ବୋଲନ୍ତୁ, ତୋଉଣା ଯାଉ ଗୋ,

ରସାଇବାକୁ ତୋତେ    ମିଳିବ ନାହିଁ ରତେ

ମୋ ପରି ଜନ ଆଉ ଗୋ (1)

ତୋ ବଧୁଲି ଅଧର       ସ୍ୱର୍ଗ ସୁଧା ମଧୁର

ମୋର ରସନାକୁ ସମଜାଉ ଗୋ,

ଜାଣୁ ତ ପ୍ରାଣମିତ         ମାର ମାର୍ଗଣ ଜାତ

ସମୟ ଏ କେମନ୍ତ ଦାଉ ଗୋ(2)

କୋଟିଏ ଅଭିଳାସ          ବହି ଆସିଛି ପାଶ

ସମ୍ପ୍ରତି ଚରମକୁ ଥାଉ ଗୋ,

କୋଳେ ନିଶ୍ଚଳେ ବସ        କରି ସବ୍ରୀଡ ହସ

କବି ମିହିର ଦୁଃଖ ଯାଉ ଗୋ (3)

କବିସୂର୍ଯ୍ୟ ବଳଦେବ ରଥ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics