ଚଉପଦୀ (29)
ଚଉପଦୀ (29)
ଚଉପଦୀ
(29)
କାହିଁକି ଆଜ-
ଦ୍ୱଜରାଜ ବଦନେ, ଲାଜ
ଭରି କିଶୋରୀ ନ ଚୁମ୍ବୁ ଗୋ (0)
ଅରସବତୀ ଘନ - କୁନ୍ତଳା ବୋଲି ଜନ
ନ ବୋଲନ୍ତୁ, ତୋଉଣା ଯାଉ ଗୋ,
ରସାଇବାକୁ ତୋତେ ମିଳିବ ନାହିଁ ରତେ
ମୋ ପରି ଜନ ଆଉ ଗୋ (1)
ତୋ ବଧୁଲି ଅଧର ସ୍ୱର୍ଗ ସୁଧା ମଧୁର
ମୋର ରସନାକୁ ସମଜାଉ ଗୋ,
ଜାଣୁ ତ ପ୍ରାଣମିତ ମାର ମାର୍ଗଣ ଜାତ
ସମୟ ଏ କେମନ୍ତ ଦାଉ ଗୋ(2)
କୋଟିଏ ଅଭିଳାସ ବହି ଆସିଛି ପାଶ
ସମ୍ପ୍ରତି ଚରମକୁ ଥାଉ ଗୋ,
କୋଳେ ନିଶ୍ଚଳେ ବସ କରି ସବ୍ରୀଡ ହସ
କବି ମିହିର ଦୁଃଖ ଯାଉ ଗୋ (3)
କବିସୂର୍ଯ୍ୟ ବଳଦେବ ରଥ
