STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (20)

ଚଉପଦୀ (20)

1 min
103

ଚଉପଦୀ

(20)

ରାଗ କାମୋଦୀ, ଆଠତାଳି

କମ୍ପି କମ୍ପାଇଲା ରେ ଘସା ଚୂନିବସା ଦଣ୍ଡି

ମୁଁ ନିକି ଶୁଝିବି ମୁନି ମୋହନାର ତୁନି କୁହା ଭାବଖଣ୍ଡି (ପଦ)

କୁସୁମ ସମୟ ନ ଜାଣି କୁସୁମ ବିଶିଖେ ହୋଇ କାତର

କରି କୁମ୍ଭଯୁଗ ନିନ୍ଦିବାଉରଜେ ପକାଇ ଦେବାକୁ କର (1)

ଜାଣି ନିଶୀ ଶେଷ ଲାଜ ପାଇ ବେଶ ପାଶୁଁ ଉଠିବାର ବେଳେ

ବଳିଆଇ କେଳି ସଦନେ ବାଳାକୁ ବସାଇ ଦେବାରୁ କୋଳେ (2)

ଆଳି ନିକଟରେ ନଥିବାର ଜାଣି ନବୀନା ବାଳୀକି ଦିନେ

ଛନ୍ଦି ବାହୁଯୁଗେ ଆବଦ୍ଧ କରିଣ ଚୁମ୍ବଦେବାରୁ ବଦନେ (3)

କବି ରବି ରାୟଗୁରୁ ବୋଲେ ପ୍ରିତେ ଦିନେ ସୁକନକ ଗୋରୀ

ମଙ୍ଗଳାଙ୍କୁ ପୂଜୁଥିଲା ତା ନଭାବି ପଛୁ ପକାଇଲି ଧରି (4)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics