STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (183)

ଚଉପଦୀ (183)

1 min
298

ଚଉପଦୀ

(183)

ହେ ସୁନ୍ଦର ଏହା ପୁଣି ଦେଖାଗଲା .

ଶିରୀଷ ଦେହାକୁ             ଆହା ନବୋଲିବ

ବୋଲି କାହା ପ୍ରତେ ଥିଲା (0)

ଯା ଅଙ୍ଗେ ସରାଗେ           ପରାଗ ପକାଇ

ବ୍ୟଥା ପାଇଁ ପରା ଡର

ସେ ଅଙ୍ଗେ ରୋମକେ        କାଣ୍ଡେ କାଣ୍ଡେ ଏବେ

ମଣ୍ଡୁଅଛି ଫୁଲଶର (1)

ହଂସୁଲି ତୂଳିରେ              ଶୁଆଇ ନଦିଅ

ହୃଦ ବିନା ପରାଣକୁ

ଧରା ଧୁଳି ଏବେ             ତୂଳି ଶେଜ କଲା

ଆଶା କିବା ବଞ୍ଚିବାକୁ (2)

ଯା ପଦ ଲାକ୍ଷାରେ            କକ୍ଷା କରିଥାଅ

ଭିନ୍ନନୋହିବାକୁ ଲବେ

ତା ନେତ୍ର ପଥରେ            ସ୍ୱପନେ ହେଁ ଥରେ

ନଆସିବ ତୁମ୍ଭେ କେବେ (3)

ଯା ନାମ ମନ୍ତର              ପରି ନିରନ୍ତର

ଅନ୍ତରଗତରେ ଜପ

ତା ପ୍ରେମ ପାଶୋରା          ପସରା ବାଢିଲ

ଏହି ବଡ ମହାପାପ (4)

ଯା ଦୁଆର ଆଶ              ପାଶେ ଭ୍ରମି ଯାଅ

ଥରେ ହେଲେ ନଦେଖିଲେ

ତୋ ଦଶା ମୁଁ ପୁଣି            କହି ଆସୁଅଛି

ରାମଚନ୍ଦ୍ର ଦେବ ବୋଲେ (5)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics