STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (178)

ଚଉପଦୀ (178)

1 min
272

ଚଉପଦୀ

(178)

ସୁନାଗୋରୀ ରେ ନାଗରୀ ଏ କି ଆଜି (ପଦ)

ଆସିଛି ଆଶାରେ, ଦାସୀପରିବାରେ,

 କୁସୁମ ଭୂଷାରେ ଦେବି ବୋଲି ସାଜି(1)

ଧୀରା ମୋର କୋଳେ ବିରାଜ ଗୋ ଲୋଳେ

ଦିଅଇ ପନିରେ ମୁଖଚନ୍ଦ୍ର ମାଡି (2)

ଦୋଷନାହିଁ ଲେଶେ, ରୋଷବୁହା ବେଶେ,

ବସାଇଛି ତୋତେ ବନ୍ଧୁ କେଉଁ ପାଳି(3)

ଏଡି ମନୁ ଦମ୍ଭ, ଭିଡି ପରିରମ୍ଭ,

ଦେଇମୋତେ ରଖ ରାଜବାକ୍ଷିରାଜି (4)

କରୀନ୍ଦ୍ର ଗମନା, ସରିଲିଟି ଅନା,

ମଦନପଠାଣ ବାଣରାଜି ରାଜି (5)

ଅଷ୍ଟଦୁର୍ଗେଶ୍ୱର କଷ୍ଟମିଶା ଗିର

 ଶୁଣିଗଲା ମହିଳାର ମାନ ଭାଜି (6)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics