STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (174)

ଚଉପଦୀ (174)

1 min
379

ଚଉପଦୀ

(174)

ରାଗ - ଗୁଣ୍ଡକିରୀ - ଏକତାଳି

ସେ କି ପୂରୁଷରେ ଜମା ରସରୀତି ଶ୍ରବଣରେ ଯା’ର ନାହିଁ ପ୍ରେମ .

ନୁହନ୍ତି ଯାଚକେ ମାଗି ଯା’କୁ ପୂର୍ଣ୍ଣକାମା

ମଣ୍ଡିନାହିଁ କ୍ଷତି ଯାର କୀରତି ଚନ୍ଦ୍ରମା (1)

ଅଙ୍କେ ଧରି ଜାମାପରି କାମାତୁର ରାମା

ରତିରେ ଯେ ହରୁନାହିଁ ତୁହିନ ତ୍ରିଯାମା (2)

ହରି ଗୁଣଗଣ ପ୍ରସରଣେ ଶ୍ରୁତିସୀମା

ରହୁ ନାହିଁ ଅଙ୍ଗ ଯାର ସପୁଲକ ରମା (3)

ଦାତାପଣ ନାହିଁ ଯାର ଥାଉ ଥାଉ କ୍ଷମା

ବଳବନ୍ତ ହୋଇଯାର ନାହିଁ ପୂର୍ଣ୍ଣ କ୍ଷମା (4)

ଯେ ତେଜି ବିପ୍ରଙ୍କୁ ଦ୍ରାକ୍ଷା କରେ ଖର ଜିମା

କଣ୍ଠିରବ ଜୟ ଇଚ୍ଛି ପୋଷଇ ସରମା (5)

ଯେ ବରଜି ଯାଏ ଯୁବାକାଳେ ପ୍ରିୟତ୍ତମା

ଛାର ମଧୁକରେ ବନ୍ଧୁ ଅଧର ଉପମା (6)

ଭିକ ହୋଇ ନାହିଁ ଯାରବଚନେ ପଟିମା

କହୁଥାଇ ସଦମ୍ଭେ ଯେ ସ୍ୱଗୁଣ ଗରିମା (7)

ନୟନରେ ପଡିଗଲେ ଯା ଅଙ୍କ ସୁଷମା

ନୋହେ ଯେବେ ସସମ୍ଭ୍ରମା ସୁତନୁ ମଧ୍ୟମା (8)

କରିନାହିଁ ଅନୁଗ୍ରହ ଯାକୁ ସିନ୍ଧୁଜେମା

ଯା କୁ ଚାହିଁ ଅରିମୁଖ ନଭଜେ କାଳିମା (9)

ଭାଷେ ଜଗଦ୍ଦେବ ଚଇତନ୍ୟଚନ୍ଦ୍ରନାମା

ବସୁଦୁର୍ଗ ଧରାମରାବତୀର ସୁତ୍ରାମା (10)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics