STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (146)

ଚଉପଦୀ (146)

1 min
328

ଚଉପଦୀ

(146)

ରାଗ-ଶଙ୍କରାଭରଣ

ରଞ୍ଚ ନୟନ ଅଞ୍ଚଳ ଘନ ନୀଳ ଦେହରେ

ବଞ୍ଚନ ସମୁଦଞ୍ଚନ ଧନ ସଞ୍ଜୟନୀ କି ସଞ୍ଚ ଭାବି

               ଚଞ୍ଚଳ ଘନମୁଞ୍ଚ ଘଞ୍ଚ ମୋହ ରେ (ଘୋଷା)

ଯାନପୁର ବିତାନରୁ ଅଭିମାନ ଛେଦ ରେ

ଆନ ନକର ସାନ ବଚନ ମାନ ଆଦରେ,

ଜ୍ଞାନ ପଥରେ ଧ୍ୟାନ କର ତୁ ତାନ ରେ

ମୁନି ମାନନୀୟ ଯାନ ପଦ ନିଧାନ କର ସୁଗାନ ବାଦ ରେ (1)

କାଟକଳୁଷ ଥାଟଭୟ କବାଟ ସାଜ ରେ

ଘାଟଟି ଏହୁ ବାଟ ନତୁ ଉଚ୍ଚାଟ ହେଜ ରେ,

ପାଟ ନକର ଭାଟ ପଣର ହାଟକ ନଟ ମାଟରେ

ହେବ ହାଟଟି ଏହି ପାଟ ଶେଯ ରେ (2)

ବାରକ ମୋ ନିବାରଣ ମଣ ସାର ନୀତିରେ

ତାର ତନୁକୁ କାରଣ ପରଦାର ଭୀତିରେ

ମାର ଭୟରୁ ବାର ରମଣୀ ଛାର ଉରଜ ଭାରକୁ ତୁ

       ହାର କରି ବିହାର ନ କର ଜାର ଭୀତି ରେ (3)

ଯେ ବର ମଣୁ ସେ ବପୁ କି ଦେବ ଶାନ୍ତରେ,

ସେବକୀ ତୁଲେ ନେବକି କହ ଏ ବନାନ୍ତରେ,

ଭେବଳ ହେଲେ କେବଳ ତୋର ହେବ ଏ ଘେନି ଦେବଦେବ

କେବଳ ଜଗତଦେବ

 ବଚନେ ସେବ ତା’ ଠାରେ (4)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics