STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (144)

ଚଉପଦୀ (144)

1 min
369

ଚଉପଦୀ

(144)

ରାଗ-ତୋଡି-ଆଦିତାଳ

ଯୋଷା, କରିଛୁ ଆଜ ଓଷା କି ରେ (ଘୋଷା)

ଏ ଘେନି ବେଣୀ ନାହିଁ ଛପି ରହିଛି କାହିଁ

ଆଶାବତଂସ ହେବା ଖୋଷା କି ରେ (1)

କୁଶବେଣ୍ଟିଆ ଟୂଡା ଉପରେ ଦୁବ ବିଡା

ବସନ୍ତରେ ଅକ୍ଷତ ମିଶା କିରେ (2)

କେଶ ଦରଶ ମସି ଟନ୍ଦନ ଟୋପି ଶଶୀ

ସିନ୍ଦୂର ରଜ ବିନ୍ଦୁ ପୂଷା କି ରେ (3)

କଣ୍ଠ କଳିତ ମାଳ କଲା ଆଜ ବିରଳ

ପଟିର ପଙ୍କଲେଖା ଭୂଷା କି ରେ (4)

ଏହି ନିୟମେ ରହି ରହି ମୋ ପ୍ରାଣସହୀ

ପ୍ରବେଶ ହୋଇଯିବ ନିଶା କି ରେ (5)

ଶ୍ରୀ ଜଗଦ୍ଦେବ ବୋଲେ ଏବେ ମୁଁ ଅଳି କଲେ

ରମ୍ଭୋରୁ ଆରମ୍ଭୁ ତୁ ରୁଷା କି ରେ (6)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics