STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (141)

ଚଉପଦୀ (141)

1 min
302

ଚଉପଦୀ

(141)

ରାଗ-ତୋଡି-ଏକତାଳି

ମୃଦୁହାସୀ ଦାସୀ ସିନା ହେ (ଘୋଷା)

ତୁମ୍ଭ ସ୍ନେହ ନିଉନ            ହେବାରୁ ହେଲା ମ୍ଳାନ

ଏବେ ସେ ଯେବେ ସହି ନା ହେ (1)

ବିଧି କଲା ବିଧାନ            ଅବଧି କଲେ ଆନ

ସୁନା ସେ ତୁମ୍ଭେ ତ ମିନା ହେ(2)

କେ ଦେଲା ଉପଦେଶ        ନ ଥାଇ ଦୋଷ ଲେଶ

ଯୁବତୀ ଜୀବନ ଘେନା ହେ (3)

ସଢୁଛି ବିରାଗରେ             ଅବନୀ ପରାଗରେ

ଯେ ତୁମ୍ଭଠାରୁ ଅଭିନ୍ନା ହେ (4)

ଏ କେଡେ ଲୋକହସା       ତୁମ୍ଭ ଉତ୍ସଙ୍ଗ-ଭୂଷା –

ହେବାର ସ୍ମିତ ବିହୀନା ହେ (5)

ଅଷ୍ଟଦୁର୍ଗେଶ ବୋଲେ         ତା’ ଭୋଗ ଯୋଗ ଥିଲେ

କର ତା ଗୁମାନ ମନା ହେ (6)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics