STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (140)

ଚଉପଦୀ (140)

1 min
308

ଚଉପଦୀ

(140)

ରାଗ-ସାରଘଂ-ଏକତାଳି

ମୋହନା, ମୋ ଅଙ୍କକୁ ଆସରେ (ଘୋଷା)

ଦୁଃଖନଦ ଭେଳା, ଶୁଚି ସ୍ମିତ ଖେଳା

ମଧୁରାରୁଣ ରଦବାସରେ (1)

ନୟନରୁ ବାରି, ପ୍ରସରି ନିବାରି

ଭିଡିଦେ ଥରେ ଭୁଜ ଫାଶରେ (2)

ଖଳଜନ ବାଣୀ, ହୃଦୟକୁ ହାଣି

ରୁଷନା ଧନ ନିଜ ଦାସରେ (3)

ତୋ ମଣୁ କଠାଉ, ବହି ଦିନ ଯାଉ

ନ ଛାଡୁ ମୋର ମୁହାଁସ ରେ (4)

ଗିର କର ଆହା, ସରିଲିଟି ଚାହାଁ

ମଦନାନନ୍ଦନିଳ ଝାସ ରେ (5)

ଚୁମ୍ବନ ବିଧାନେ, ମଧୁରସ ଦାନେ

ହର ମୋ ମରମ ପରାଶ ରେ (6)

ବସୁଦୁର୍ଗ ରାଜା ସୁଖେ କର ତାଜା

ରସିଯା’ ତଳପ ବିଳାସ ରେ (7)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics