STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (137)

ଚଉପଦୀ (137)

1 min
326

ଚଉପଦୀ

(137)

ରାଗ ସିନ୍ଧୁକାମୋଦୀ ଏକତାଳି

ମୋର ବନ୍ଧୁ ଚିର ପ୍ରବାସରୁ ଗୋ କାଲି କଲେ ଅବଧାନ

ଜାଣି ଦାସୀ ମନ ଆଣିଲେ ମଣ୍ଡନ ସହିତେ ଅନେକ ଧନ (ଘୋଷା)

ନବୀନ ସୁବେଶ ଛବି ନର୍ମ ହାସ ବିନୟ ସରସ ଭାଷା

ସୁଷମ ସରୋଜରାଜି ଶେଷ ସଜ କୁସୁମ ସଜଡା ଖୋଷା (1)

ଅଳକର ଭଙ୍ଗୀ ତିଳକର ଅଙ୍ଗୀକାର ବାଟିକାରେ ସ୍ନେହ

ଫୁଲମାନଙ୍କର ବାସ ସୁକୁମାରଗୁଣ ବୀରର ବିରହ (2)

କଳକଣ୍ଠ ସ୍ୱରେ ଭ୍ରମର ଝଙ୍କାରେ ସଙ୍ଗୀତେ ଶ୍ରବଣ ପ୍ରୀତି

ନିବିଡାଲିଙ୍ଗନ ସରସ ଚୁମ୍ବନ ଅଭିଳାସ ପରା ରତି (3)

ଦର ବରସ୍ମିତ ସୁଧା ପରିଚିତ ନିରଳସ ଚନ୍ଦ୍ରମୁଖ

ମଦ – ଚନ୍ଦନ ଗନ୍ଧବହ ଲହରୀ ଚନ୍ଦ୍ରିକା ସ୍ପରଶ ସୁଖ (4)

ଅଳଙ୍କାର ଧନ ଏଥିରୁ ଯେ ଆନ କଳଙ୍କପରି ସେ ସିନା

ଅଷ୍ଟଦୁର୍ଗ ମହିନାଥ ମୋର ସହି, କଷ୍ଟ କରିଦେଲେ ଚୂନା (5)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics