STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (136)

ଚଉପଦୀ (136)

1 min
240

ଚଉପଦୀ

(136)

ରାଗ - ସିନ୍ଧୁକାମୋଦୀ -ଏକତାଳି

ମୋ ବନ୍ଧୁକୁ ନ ଦେଖି କୋଳରେ ଦେବ ଗିରୀଶାରି ସାରି

ବିଷମ କୁସୁମ ସମୁଦୟମୟ ବାଣଗଣେ ମାରି ମାରି (ଘୋଷା )

ମୋ ବିଚ୍ଛେଦ ଦିନ ଲେଖାରୁ ଭୁବନ ଦିଶିବନି ଖୀରି ଖାରି (1)

ଘଉଡ କୋକିଳ , ଛପାଅ ବକୁଳ ବୋଲି ନେତ୍ରେ ଠାରି ଠରି

ପ୍ରିୟସଖି ତତି ଜରିଥିବେ ନିତି ପ୍ରହରକେ ଚାରି ଚାରି (2)

ଅତି ଯତନରେ ହେଉନଥିବ ତା ନର ନିଜ ନୟନୁ ନିବାରି ବାରି

ବୋଧୁଁ କହିକହି ଆଉ କେହି ସହୀ ରହିବନି ହାରିହାରି (3)

ପାରୁ ନଥିବେ କୃଶାଙ୍ଗୀର ଗିର ନିଜ ପରିବାରୀ ବାରି

ଚାପଳ ନଥିବ ତନୁରେ ତା ନବ - ଉରଜ ଯେଭାରି ଭାରି (4)

ଏ ଦୁଃଖ ସିନ୍ଧୁରୁ କେବେ କେବେ ପ୍ରଭୁ ପାପଚାପ ଚାରିଚାରି

ଜଗଦ୍ଦେବ ବୋଲେ ରଖିଲେ ରଖିବେ ଅବା ମଦନାରି ନାରୀ (5)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics