STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (129)

ଚଉପଦୀ (129)

1 min
130

ଚଉପଦୀ

(129)

ମହୀଚମ୍ପାଗଭା ଧନ୍ୟ ଧନ୍ୟ ଶୋଭାନିଧି ରେ ତୁହି କି ମୋ ଶଙ୍ଖାଳି,

ଗୋରୀ ପରମାଣୁ ମଧ୍ୟା ସିନା ଜାଣୁ ପ୍ରୀତି ପଦାର୍ଥକୁ ପରିପାଳି (ପଦ)

ନାକ ନାଗ ନରଲୋକେ ଅଳଙ୍କାର, ହୋଇଛନ୍ତି ଯେବେ ଲଳନାପ୍ରବର

ମଣୁଛି ମୋ ମନ ସେମାନେଟି ଧନ, ତୋ ଚରଣ ତଳେ ନିଉଛାଳି (1)

ହଟି ମୋ କୋଳକୁ ଆସିଲା ବେଳକୁ ନିନ୍ଦି ଚନ୍ଦ୍ରମିଶା .ନ୍ଦନବୋଳକୁ,

ଘସି ଘସି ସ୍ତନ ହସି ହସି ତନୁଲତାକୁ ମୋଅଙ୍କେ ଦେଉ ଢାଳି (2)

ଅଚେଷ୍ଟ ନିଦକୁ ଶରୀର ଭେଦକୁ ଇତର ଦମ୍ପତି ନିଷ୍ଠୁର ହୃଦକୁ ,

ନିମିଷ, ଦିବସ ନିଷେଧ ପ୍ରବାସ ବିଧିକୁ ଦିଆଉ ଥାଉ ଗାଳି (3)

ମୁଁ ତୋ ଚରଣର କହୁ ଭୂଷା ବରବରନା କହି ତୁ ବୋଲୁ ଏହି ଗିର,

କୁଚେ କରତାଡି ରସନା କାମୋଡି ଦେଖାଉ କଣ୍ଠ ରତନ ମାଳି (4)

ସତ୍ୟ କହେ ଶିରୀଜଗଦ୍ଦେବ ହରିଚନ୍ଦନ ମହେନ୍ଦ୍ର ନବକିଶୋରୀ ରେ,

ତୋ ପ୍ରଣୟ ହୃଦେ ଘେନି ମହା ମୋଦେ ଦୁଃଖ ମୁଖେ ମୁଁ ଲଗାଇ କାଳି (5)

କବିସୂର୍ଯ୍ୟ ବଳଦେବ ରଥ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics