STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (116)

ଚଉପଦୀ (116)

1 min
389

ଚଉପଦୀ

(116)

ରାଗ- ସଦର

ବିପରୀତ ରତେ ଗୋ, କିପରି ତରୁଣୀ ଜନେ ପ୍ରବଳନ୍ତି ସତେ ଗୋ (ପଦ)

ଏକା ପ୍ରଦୀପରୁ ଭୟ ଜନମି ଅମିତେ ଗୋ,

ଠଉରି ଯେ ନୋହେଁ ପ୍ରାଣ ପ୍ରଣୟିପୁରତେ ଗୋ (1)

ତଳପକୁ ଧରି ନେବାବେଳେ ଅସମତେ ଗୋ,

ହରି ହରିଣୀକୁ ନେଲା ହୁଅଇ ପରତେ ଗୋ (2)

ସମ୍ଭାଳି ନୋହିଲେ ହେଁ ବିଚାର କଦାଚିତ୍ତେ ଗୋ,

ଚୁମ୍ବାଇ ନୁହଇ ମୁଖ ଚୁମ୍ବନ୍ତି କେମନ୍ତେ ଗୋ (3)

ମୁଁ ହେଲେ ରହିଲା ପରି ନୁହଇ ଜୀବିତେ ଗୋ,

ଦୁକୂଳା ଡମ୍ବର କିଛି ମୁକୁଳା ହୁଅନ୍ତେ ଗୋ (4)

କଳାପ କିଙ୍କିଣୀ ସୁର ଡିଣ୍ଡିମ ବିରତେ ଗୋ,

ପଳାଏ କେ ଲାଜେ କହେ ଜଗଦ୍ଦେବ ଗୀତେ ଗୋ (5)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics