STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (101)

ଚଉପଦୀ (101)

1 min
240

ଚଉପଦୀ

(101)

ପ୍ରାଣବନ୍ଧୁ, କର ଗରବ କାହିଁକି ରେ ;


ପରମ ଚନ୍ଦ୍ରମା ଚିତ୍ତେ, ବଳିଲାନି କି ତୋ ଝଳି

ଲବଣ୍ୟାଦି ଗୁଣ ଗଣରୁ କିଞ୍ଚିତେ (ଘୋଷା)

ଜଳଧିର ପଙ୍କ, କି ଅବା କଳଙ୍କ

ଖଣ୍ଡେ ଶିରୀ କରି ଫୁଲେ,

ନାହିଁ କି ନଜର,ରସାଳସା ତୋର

ନେତ୍ର ଇନ୍ଦୀବର ଫୁଲେ (1)

ମୋ ସୁଧା ତୁଳରେ ବସୁଧା ତଳରେ

କେଅଛି ବୋଲି ଯା ଭାବେ,

କର୍ଣ୍ଣେ ନାହିଁ ଶୁଣି, ତୋମୃଦୁଳ ବାଣୀ

ବିଳାସକୁ ପରା ଲବେ (2)

କରିଛି କି ମନେ, ଏ ତିନି ଭୁବନେ

ମୁଁ ଏକା ରଜନୀକର,

ଫୁଲଶେଯ ରତେ ତୋ ଚରଣେ କେତେ

ଲାଗଇ ରଜନୀକର (3)

ଜଗତୀରେ ଏକା, ମୋହରି ଚନ୍ଦ୍ରିକା

ରୁଚିର ବୋଲି ଯେ ବୋଲେ,

କୁନ୍ଦ ବିକାଶକୁ, ନିନ୍ଦିବା ହାସକୁ

ଖେଳାଇ ହେବୁଟି ଗେଲେ (4)

ଭାବୁଅଛି ଚିତ୍ତେ,ଭଜିଛନ୍ତି ମୋତେ,

ଅନେକ ନକ୍ଷତ୍ର ମାନେ,

ଶ୍ରୀହସ୍ତ ଚରଣ – କଞ୍ଜ ନଖଗଣ

ଶୋଭା ନାହିଁ ନାହିଁ ଦିନେ (5)

ଟେକିଦିଅ ମୁଖ, ଏ ସିତ ମୟୂଖ –

ଜିତ ହୋଇ ମରୁ ଚଳି

ନିତି ନିଧୁବନେ, ଅନେକ ବିଧାନେ

କେତେ ଚନ୍ଦ୍ର ଥାଇ ଚଳି (6)

ଚକୋର ଏହାର, ବଡ ପରିବାର

ତୁ ସେବା ଦେଇଛୁ ମୋତେ,

ଅଷ୍ଟଦୁର୍ଗ ଧରାମଣ୍ଡଳୀ ଅମରାବତୀ -

ପତି ବୋଲେ ଗୀତେ (7)

କବିସୂର୍ଯ୍ୟ ବଳଦେବ ରଥ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics