STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଚୁପ୍ ଚାପ୍ କିମ୍ପା କାନ୍ଦୁ?

ଚୁପ୍ ଚାପ୍ କିମ୍ପା କାନ୍ଦୁ?

1 min
218



ଚୁପ୍ ଚୁପ୍ କିମ୍ପା କାନ୍ଦୁ ଲୋ ସଜନା

   ଚୁପ୍ ଚୁପ୍ କିମ୍ପା କାନ୍ଦୁ

ନାହଁତ ଅଭାବ ଅନାଟନ କିଛି

   କାହିଁ ପାଇଁ ତୁହି କାନ୍ଦୁ 

ଚୁପ୍ ଚୁପ୍ କିମ୍ପା କାନ୍ଦୁ ଲୋ ସଜନା

   ଚୁପ୍ ଚୁପ୍ କିମ୍ପା କାନ୍ଦୁ !!


ଭଉଣୀ କି ମୋର କହିଲା କି କିଛି    

    ସ୍ନେହୀ ସେହୁ ସମସ୍ତର

ସବୁ ଠାରୁ ଛୋଟ ତେଣୁ ତା ଆଦର

    ଦୋଷ ନ ଧରିବୁ ତାର

ଚୁପ୍ ଚୁପ୍ କିମ୍ପା କାନ୍ଦୁ ଲୋ ସଜନା

    କ୍ଷମା କରି ଦେବୁ ତାର !!


ଚାଲ ଯିବା ପ୍ରିୟା ଆଜି ଶ୍ରୀମନ୍ଦିର

    କରିବା ଦର୍ଶନ ତହିଁ 

ଦେଖିବାରେ ଲୀଳା ଜଗନ୍ନାଥଙ୍କର

    କୁଟୁମ୍ବ ସଙ୍ଗରେ ଯହିଁ

ଚୁପ୍ ଚୁପ୍ କିମ୍ପା କାନ୍ଦୁ ଲୋ ସଜନା

    ସମ୍ପର୍କ ଦେଖିବୁ ତହିଁ !!


ଆଦରେ ରଖିଛି ଭାଇ ଓ ଭଉଣୀ

   &nbs

p;ପାଖରେ ତାର ଘରଣୀ

ଭଉଣୀରେ ପ୍ରୀତି କେତେ ଯେ ଆଦର

    ସଙ୍ଗରେ ସଦା ଭଉଣୀ

ଚୁପ୍ ଚୁପ୍ କିମ୍ପା କାନ୍ଦୁ ଲୋ ସଜନା

    ଦେଖିବୁ ଗୃହ କାହାଣୀ !!


ଦେଖୁଛୁ ସଜନା ମନର ଭାବନା

    ଜନଜନଙ୍କରେ ଶ୍ରଦ୍ଧା 

ନାହିଁ ପ୍ରେମ ପ୍ରୀତି ଗୃହସ୍ଥ ଆଶ୍ରମେ

    ନାହିଁ ସମଭାବ ଶ୍ରଦ୍ଧା

ଦେଖ ଲୋ ସଜନା ଠାକୁରଙ୍କୁ ଦେଖ

    କିପରି ନିଜରେ ଶ୍ରଦ୍ଧା

ଭାଇ ମଧ୍ୟ ସଙ୍ଗେ ଭଉଣୀ ସଙ୍ଗରେ

     ପତ୍ନୀ ରେ ରଖିଛି ଶ୍ରଦ୍ଧା

ଚୁପ୍ ଚୁପ୍ କିମ୍ପା କାନ୍ଦୁ ଲୋ ସଜନା 

    ରଖ ତୁ ଗୃହରେ ଶ୍ରଦ୍ଧା !!


ହସି ଉଠିବ ରେ ଗୃହ ଓ ସଂସାର

   ଆଶୀର୍ବାଦ ପାଉ ଥିବୁ

ସେବା କରୁ ଥିବୁ ଶାଶୁ ଓ ଶଶୁରେ

   ଅନ୍ୟେ ଖୁସି ରଖି ଥିବୁ

ଚୁପ୍ ଚୁପ୍ କିମ୍ପା କାନ୍ଦୁ ଲୋ ସଜନା

   କର୍ତ୍ତବ୍ୟରେ ରହି ଥିବୁ !!




Rate this content
Log in

Similar oriya poem from Abstract