STORYMIRROR

subrat kumar jena

Romance

4  

subrat kumar jena

Romance

ଚୁନା ଚୁନା ଝରାଫୁଲ

ଚୁନା ଚୁନା ଝରାଫୁଲ

1 min
184

ଚୁନା ଚୁନା ଝରାଫୁଲ

ପଡି ଗଲା ହାତେ ଝରି

ଧୂଆଁ ଧୂଆଁ ଏ ସକାଳ

ଦିଏ କେତେ ପ୍ରେମ ଭରି ।


ଚିହ୍ନା ଚିହ୍ନା ଲାଗେ ମୋତେ

 ଏଇ ଏବେ ଏବେ ତୋତେ

ମନ ଜହ୍ନ ଝୁରେ କାହିଁ

ସାତ ସିନ୍ଧୁ ଦୁରେ ସତେ ।


ଆସିଥିଲୁ ପାଖେ ତୁହି

କହିଥିଲୁ ମିଠା କଥା

ତୋକଥାରେ ଗଲି ହଜି

ପାଏନାହିଁ ଖୋଜି ସତ୍ତା ।


ଟିକେ ଟିକେ କହି କହି

ଦେଲୁ ତୁହି କେତେ କହି

ଶୁଣି ଶୁଣି ତୋତେ ଏତେ

ନଶୁଣିଲେ ହୁଏନି ରହି ।


ସାତ ସିନ୍ଧୁ ପାର ହୋଇ

ଆସିଥିଲୁ ମୋର ପାଇଁ

ତୋତେ ଛାଡ଼ି ଦିନେ ମୁହିଁ

ଜୀବନର ମାନେ ବୁଝେ ନାହିଁ ।


ସପନର ଫୁଲ ହୋଇ

ତୁ ବାସୁଛୁ ମନ ବନେ

ମୁଁ ବଇଁଶୀ ଫୁଙ୍କି ନାଚେ

ସାତ ସୁରେ ପୁଣି ମନେ ।



Rate this content
Log in

Similar oriya poem from Romance