STORYMIRROR

Anam Charan Sahoo

Classics

2  

Anam Charan Sahoo

Classics

ଚଉଦିଗେ ଦେଖ

ଚଉଦିଗେ ଦେଖ

1 min
405

ଚଉଦିଗେ ଦେଖ ଉଡେ ଫରଫର

ବିଜୟୀ ତ୍ରିରଙ୍ଗା ବାନା

ସତେ ସଉଭାଗ୍ଯ ହେବକି ମୋହର

ହେବ ମୋ ଦୟିନୀ ଘେନା


ଯା' କୋଳେ ଜନମି ଅଛି ଦେହ ଧରି

ଛୋଟରୁ ହୋଇଛି ବଡ଼

ତା ସାହାରା ଲାଗି ଜୀବନେ ରହିଛି

ସହି ଖରା, ବର୍ଷା,ଜାଡ

ଭୁଲି ପାରିବିନି ସେନେହ ମମତା

ଯାହା ଦିଏ ସ୍ବାର୍ଥ ବିନା


ଜୀବନ ମୋହର ତା ପାଦେ ସମର୍ପି

କରିବି ତାହାର ସେବା

ଯେତେ ଦୁଃଖିରଙ୍କୀ ହେବି ତାଙ୍କ ସାଥି

ଭରିଦେବି ମୁଖେ ଆଭା

ଭୋକିଲା ଉଦରେ ଆହାର ଯୋଗାଇ

ଉଡାଇବି ଯଶ ବାନା


ଡରିଯିବି ନାହିଁ ଦେଖି ଅଇରିଙ୍କ

ଇର୍ଷା, ଦ୍ୱେଷ ନାଲି ଆଖି

କରିବି ସୁରକ୍ଷା ମାଟି ମାଆ ସୀମା

ରହିବ ଦୁନିଆ ସାକ୍ଷୀ

ବୀର ପୁଅ ମୁହିଁ ବୀର ଗତି ଲଭି

ମୁକତି ଲଭିବି ସିନା


ମୋ ଶରୀରେ ଢଙ୍କା ତ୍ରିରଙ୍ଗା ପତାକା

ଯେବେ ଯିବ ବାସସ୍ଥାନ

କୋଣ ଅନୁକୋଣେ ଗୁଞ୍ଜରିତ ହେବ

ଜୟ ଜନ-ଗଣ-ମନ

ଅଗଣନ ମାତା ହୃଦ ସିନ୍ଦୁକରେ

ସାଇତା ହୋଇବି ସିନା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics