STORYMIRROR

Sadananda Pratihari

Inspirational

3  

Sadananda Pratihari

Inspirational

ଚତୁର୍ଦ୍ଦଶ ପୁରୁଷ ବିଶ୍ୱ ହକି କପ

ଚତୁର୍ଦ୍ଦଶ ପୁରୁଷ ବିଶ୍ୱ ହକି କପ

1 min
936


ପ୍ରବାଦ ପୁରୁଷ ବିଜୁଙ୍କ ତନୟ

ମୁଖ୍ୟମନ୍ତ୍ରୀ ମହୋଦୟ

ହାକିମହାକୁମ୍ଭ କରି ଆୟୋଜନ

କଲ ଖେଳ ଲୋକପ୍ରିୟ ।

ଧନ୍ୟ ତବ ଚେଷ୍ଟା ଧନ୍ୟ ତବ ନିଷ୍ଠା

ଧନ୍ୟ ତବ ଖେଳ ପ୍ରୀତି

ଭବ୍ୟ ସମ୍ବର୍ଦ୍ଧନା ଆତିଥେୟତାରେ

ଅରଜିଲ ବିଶ୍ୱେ ଖ୍ୟାତି ।

ଓଡ଼ିଆ ସଂସ୍କୃତି ଓଡ଼ିଶାର କଳା

ଓଡ଼ିଶା ଐତିହ୍ୟରାଜି

ବିଶ୍ୱ ଦରବାରେ କରି ପ୍ରଦର୍ଶନ

ସୁନାମକୁ ଦେଲ ତେଜି ।

ବହୁ ପ୍ରତିଷ୍ଠିତ ମାନ୍ୟଗଣ ବ୍ୟକ୍ତି

ହୋଇଥିଲେ ଆମନ୍ତ୍ରିତ

ଷୋଳଟି ଦେଶରୁ ଖେଳାଳୀ ଦର୍ଶକ

ଏକାମ୍ରରେ ସମବେତ ।

ଆଲୋକ ରୋଷଣୀ ସାଜସଜା ସାଥେ

ନୃତ୍ୟ ଗୀତର ଆସର

ଦେଖି ସ୍ତଂଵିଭୂତ ହେଲେ ବିଶ୍ୱବାସୀ

ଧନ୍ୟ ଏକାମ୍ର ନଗର ।

ଶ୍ରେଷ୍ଠ ଷ୍ଟାଡିୟମ ବୋଲି ବିବେଚିତ

କଲା ହକି ମହାସଂଘ

ହେଲା ଇତିହାସ ସୃଷ୍ଟି ସାରା ବିଶ୍ୱେ

ଧନ୍ୟରେ ଧନ୍ୟ କଳିଙ୍ଗ ।

ସ୍ୱର୍ଣ୍ଣିମ ଅକ୍ଷରେ ହକି ଜଗତରେ

ରହିଗଲା ତବ ସ୍ମୃତି

ତବ ପ୍ରୋତ୍ସାହନେ କ୍ରୀଡା ଜଗତରେ

ଲଭିଲା ଓଡ଼ିଶା ଖ୍ୟାତି ।

ସଦାନନ୍ଦ ପ୍ରତିହାରୀ


Rate this content
Log in

Similar oriya poem from Inspirational