STORYMIRROR

Bidyadhar Mantry

Drama Classics Others

4  

Bidyadhar Mantry

Drama Classics Others

ଚତୁଃବର୍ଗ ପୁରୁଷାର୍ଥ

ଚତୁଃବର୍ଗ ପୁରୁଷାର୍ଥ

2 mins
17

    

ଜୀବର ଉଦ୍ଧାର ପାଇଁ ପୁରୁଷାର୍ଥ 

ହୋଇଅଛି ନିର୍ଦ୍ଧାରିତ

ଧର୍ମ-ଅର୍ଥ-କାମ-ମୋକ୍ଷ ପୁରୁଷାର୍ଥ 

ସଠିକ ଭାବେ ବିଦିତ

ପୁରୁଷାର୍ଥ ର ବ୍ୟାପ୍ତି କ୍ଷେତ୍ର ରୂପେ

ଚାରି ବର୍ଣ୍ଣ ଓ ଆଶ୍ରମ

ଚାରି ପୁରୁଷାର୍ଥ ଚାରି ଗୋଟି ଇଚ୍ଛା

ରହି ଅଛି ଚାରି ନାମ

ପ୍ରାରବ୍ଧ ଓ ଉଦ୍ୟମ ଦୁଇ ଉପାୟ

ପୁରୁଷାର୍ଥ ଲଭିବାରେ

କାମ ଆଉ ଅର୍ଥ ପ୍ରାରବ୍ଧର ବଳେ

ଧର୍ମ-ମୋକ୍ଷ ଉଦ୍ୟମରେ ।


ଉଚିତ କ୍ରିୟା ହିଁ ଅଟେ ପୁରୁଷାର୍ଥ

ବ୍ୟକ୍ତି ଜୀବନର ଲକ୍ଷ୍ୟ 

ଜୀବନର ଲକ୍ଷ୍ୟ ଅବଶ୍ୟ ଚାରୋଟି 

ଧର୍ମ-ଅର୍ଥ-କାମ ମୋକ୍ଷ

ଧର୍ମ-ଅର୍ଥ-କାମ କେବଳ ମାଧ୍ୟମ

ମୋକ୍ଷ ଅନ୍ତିମ ଅବସ୍ଥା

ଧର୍ମ-ଅର୍ଥ-କାମ ଅଟଇ ତ୍ରିବର୍ଗ 

ଧର୍ମ କିନ୍ତୁ ମଧ୍ୟସ୍ଥତା 

ମୋକ୍ଷ ଆଢ଼ୁଆଳେ ଧର୍ମ-ଅର୍ଥ-କାମ

ଅଙ୍ଗାଙ୍ଗୀ ଭାବେ ଜଡ଼ିତ

ଜନ୍ମ ମରଣ ରୁ ପରିତ୍ରାଣ ଜୀବ 

ମୁକ୍ତି ସହ ମୋକ୍ଷ ପ୍ରାପ୍ତ

ନିଗୂଢ଼ ରହସ୍ୟ ରହିଛି ଜଡ଼ିତ

ପ୍ରାୟ ଧର୍ମ ଶାସ୍ତ୍ର କଥା

ଜୀବ ମୁକ୍ତି ଜନ୍ମ ମୃତ୍ୟୁ ବନ୍ଧନରୁ

ଭବ୍ୟ ମୋକ୍ଷ ର ଅବସ୍ଥା ।


ଧର୍ମ ପରିଭାଷା ସରଳ ଅର୍ଥରେ

ଉଚିତ କର୍ମ ସାଧନା 

ଅର୍ଥ ପରିଭାଷା ଧନ ଉପାର୍ଜନ

କାମ,କାମନା-ବାସନା

ଚତୁଃ ବର୍ଗ ମଧ୍ୟେ ଧର୍ମର ଗୁରୁତ୍ଵ

ଉଚ୍ଚ ଆସନେ ଆସିନ 

ସୁଖଦ ଜୀବନ ଯାପନ ଅର୍ଥରେ

ଧର୍ମ ଭବ୍ୟ ପ୍ରୟୋଜନ

ଧର୍ମ ପ୍ରାଣବାୟୁ ଅମ୍ଳଜାନ ପରି 

ଜୀବନ ଧାରଣ ପଥେ

ଧର୍ମକୁ ଧାରଣ ଜୀବନ ସହିତ

ବିଧେୟ ପ୍ରତି ମୁହୁର୍ତ୍ତେ ।


ଅର୍ଥ ଆଉ କାମ ଦୁଇ ନଦୀ ସମ

ଧର୍ମ-ମୋକ୍ଷ ଦୁଇ କୂଳ 

ମର୍ଯ୍ୟାଦା ଘେରରେ ରହି ଥିଲେ ନଦୀ

ଜୀବନେ ହୁଏ ମଙ୍ଗଳ

ଧର୍ମ ଆଉ ମୋକ୍ଷ ଭାଙ୍ଗିଲେ ମର୍ଯ୍ୟାଦା 

ଅର୍ଥ-କାମ ଲାଳସାରେ

ଦୁର୍ଦ୍ଦିନ ଓ ଅଧ-ପତନ ଅବଶ୍ୟ

ଜୀବନ ଚଲା ପଥରେ ।


ହୃଦୟ ସଞ୍ଜତ ରହିଲେ ସର୍ବଦା

ଆସକ୍ତି ଯିବ ଦୂରେଇ

ଆସକ୍ତି ବିହୀନ ମନ ଓ ପ୍ରାଣରେ

ମୋକ୍ଷ ପଥ ରହେ ଚାହିଁ

ହୃଦେ ବ୍ରହ୍ମ ଜ୍ଞାନ ହେଲେ ବିରାଜିତ

ଖୋଲି ଯିବ ମୋକ୍ଷ ପଥ

ସଂସାର ର ମୋହ ମାୟା ବନ୍ଧନରୁ 

ଆପେ ଜୀବ ହେବ ମୁକ୍ତ

ଦିବ୍ୟ ଜ୍ଞାନ ଶକ୍ତି ମଣିଷ ହୃଦରେ

ଅଛି ସୃଷ୍ଟି ଆରମ୍ଭରୁ

ଶ୍ରେଷ୍ଟ ଜୀବ ଭାବେ ମାନ୍ୟତା ମିଳିଛି

ସୃଷ୍ଟି କର୍ତ୍ତାଙ୍କ ମୁଖରୁ

ମୋକ୍ଷ ପାଇଁ ପଥ ହୋଇବ ପ୍ରଶସ୍ତ

ଦିବ୍ୟ ଜ୍ଞାନ ପ୍ରାପ୍ତି ବଳେ

ଆତ୍ମା ପରମାତ୍ମା ସମ୍ପର୍କ ର ଜ୍ଞାନ

ହୁଏ ବ୍ରହ୍ମ ଜ୍ଞାନ ତାଳେ 

ପରୋପକାର ଓ ସେବା ଜୀବନରେ

ଯଦି ହୁଏ ଏକ ବ୍ରତ

ହୃଦୟରେ ଦୟା ଧର୍ମ ସତ୍ୟ ଶାନ୍ତି

ଆପେ ହେବ ବିରାଜିତ

ଶାନ୍ତି ପ୍ରାପ୍ତି ହୃଦୟରେ ଷଡ ରିପୁ

ଆପେ ହୋଇବ ଦମନ

ଉଦାର ହୃଦୟ ସହିତ ଜୀବନେ

ପ୍ରାପ୍ତ ମାନ ସନମାନ 

ମୋକ୍ଷ ମାର୍ଗ ସନ୍ଧାନରେ ସହାୟକ

ଧର୍ମର ଅଛି ମହତ୍ତ୍ଵ

ଧର୍ମ ଚିନ୍ତା ସହ ପାଳନ ସମ୍ମାନ

ଜୀବନରେ ହେଉ ବ୍ରତ ।


ଧ୍ୟାନମୁଳଂ ଗୁରୁମୂର୍ତ୍ତି ମନ୍ତ୍ର-ମୁଳଂ ଗୁରୁପୂଜା

ମୋକ୍ଷ -ମୁଳଂ ଗୁରୁକୃପା

ଗୁରୁ ରୂପୀ ବୃକ୍ଷ ଛାୟା ତଳେ ଆଶ୍ରା

ପାପ କାୟା ଶୁଦ୍ଧ ରୂପା 

ଆପ୍ରାଣ ଚେଷ୍ଟାରେ ଯାହା ଅସମ୍ଭବ

ଅଚିରେ ହୁଏ ସମ୍ଭବ

ଗୁରୁ କୃପା ବଳେ ପ୍ରାପ୍ତ ହୁଏ ସବୁ

ଗୁରୁ ହିଁ ମହାନୁଭବ

ଗୁରୁ ଏକ ସତ୍ତା ପୁଣି ଅନୁଭବ 

କହେ ପୁରାଣ ଦର୍ଶନ

ଆଧ୍ୟାତ୍ମିକ ଜ୍ଞାନ ସାଧନ କ୍ଷେତ୍ରରେ 

ଗୁରୁ ଜ୍ଞାନ ପ୍ରୟୋଜନ

ଉତ୍ତମ ଗୁରୁଙ୍କ ସହଚର୍ଯ୍ୟ ବଳେ

ବହୁ ବିଧ ଫଳ ପ୍ରାପ୍ତ

ଗୁରୁଙ୍କ ସେବାରେ ଚତୁବିଂଶ ଫଳ

ଧର୍ମ ଅର୍ଥ କାମ ମୁକ୍ତ

କୃଷ୍ଣ ବନ୍ଦେ ଜଗଦ୍-ଗୁରୁମ୍ ଉକ୍ତି

ବର୍ଣ୍ଣନା ଧର୍ମ ଶାସ୍ତ୍ରରେ

କୃଷ୍ଣ ଥିଲେ ହୃଦେ ଗୁରୁ ଆସନରେ

ସର୍ବ କୁଶଳ ଅଚିରେ

ଗୁରୁ କୃପା ବଳେ ମୋକ୍ଷ ପ୍ରାପ୍ତି ପଥ

ସହଜରେ ଉଜ୍ଜୀବିତ

ଗୁରୁ ଆଜ୍ଞା ପାଳନ ହିଁ ଶ୍ରେଷ୍ଠ ମନ୍ତ୍ର

ଜୀବନ ହୁଏ କୃତାର୍ଥ ।


ବିଶ୍ୱାସ ରହିଛି ଜନ ମାନସରେ

ମୋକ୍ଷ ନ ପାଇ ମଣିଷ

ମୃତ୍ୟୁ ପରେ ଆତ୍ମା ଘୁରି ବୁଲି ଥାଏ 

ଲଭେ କଷଣ ଅଶେଷ

ମୃତ୍ୟୁ ପରେ ଆତ୍ମା ମୋକ୍ଷ ପ୍ରାପ୍ତି ପାଇଁ

ପରିବାର ପରିଜନ

ବିଧି ବିଧାନରେ ଦାନ ପୁଣ୍ୟ ହୋମ

କରିଥାନ୍ତି ଆୟୋଜନ 

ନିଜ ଆତ୍ମା ମୋକ୍ଷ ପ୍ରାପ୍ତି ମାର୍ଗ ଚିନ୍ତା

ଜୀବନ କାଳରେ ରହୁ

ମୃତ୍ୟୁ ଉପରାନ୍ତେ ମୋକ୍ଷ ପ୍ରାପ୍ତି ପନ୍ଥା

ଅନ୍ୟ ବଳରେ ନ ହେଉ

ମାନବିକତାର ଭାବ ହୃଦୟରେ

ସର୍ବଦା ଜାଗ୍ରତ ରହୁ

ମୋକ୍ଷ ପ୍ରାପ୍ତି ସମ୍ପର୍କିତ ଗୁପ୍ତ ଜ୍ଞାନ

ଯଥା ଶୀଘ୍ର ପ୍ରାପ୍ତ ହେଉ ।



Rate this content
Log in

Similar oriya poem from Drama