STORYMIRROR

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ଚଷମା

ଚଷମା

1 min
215


ଦିଶେ ନାହିଁ ଭଲ ମଣିଷ ଆଖିକୁ

ଥିଲେ ଦୃଷ୍ଟି ଦୁର୍ବଳତା

ନିକଟ ବା ଦୂରେ ଦୃଶ୍ୟେ ରହେ ଦୋଷ

ଦିଶେ ଅବା ଯୋଡା ଯୋଡା ।


କରାଯାଏ ଚକ୍ଷୁ ପରୀକ୍ଷା ନୀରିକ୍ଷା

ଦୃଶ୍ୟ ଗ୍ରାହଣିକ ଶକ୍ତି

ଦକ୍ଷ ବିଶେଷଜ୍ଞ ପରାମର୍ଶ କ୍ରମେ

ଚଷମା ଜରୁରୀ ଅତି ।


ଉତ୍ତଳ ଅଥବା ଅବତଳ କାଚ

ଚଷମାର ବ୍ୟବହାର

ସଠିକ କରଇ ଦୃଶ୍ୟ ଆଗ୍ରହଣ

ଦୃଷ୍ଟି ହୁଏ ତ୍ରୁଟି ଶୂନ୍ୟ ।


ବଢିଲେ ବୟସ ଦିଶେ ଝିଲିମିଲି

ଲାଗଇ ଚାଳିଶା ଦୋଷ

ପଠନ ନିମନ୍ତେ ଅତି ଆବଶ୍ୟକ

ଚଷମା ବା ଯବକାଚ ।


ସୁଖ ଅବା ଦୁଃଖେ ଆଖିରୁ ବହଇ

ଅତ୍ୟଧିକ ଲୁହ ପାଣି

ଅଠା ଅଠା ପରି ଉପଜ ଲେଞ୍ଜରା

ଆଖି କୋଣେ ଯାଏ ଜମି ।


ଉତ୍ତମ ଭାବରେ ଚକ୍ଷୁ ପ୍ରକ୍ଷାଳନ

ସୁରକ୍ଷା ଉପାୟ ଯତ୍ନ

ଅଟେ ହିତକର ଦୃଷ୍ଟି ସମ୍ବର୍ଦ୍ଧକ

ଉପଯୁକ୍ତ ଖାଦ୍ୟପ୍ରାଣ ।


ବାୟୁ ମଣ୍ଡଳର ସୂକ୍ଷ୍ମ ଧୂଳିକଣ

ପ୍ରଦୂଷିତ ବର୍ଜ୍ୟକଣ

କରନ୍ତି ଅନିଷ୍ଟ ପତଙ୍ଗ ଦ°ଶନ

ଅସହ୍ୟ ପୀଡା ଜ୍ଜ୍ୱଳନ ।


ଉଜ୍ଜ୍ୱଳ ଆଲୋକ ଦୁଃଖ ଅବସାଦ

ଅତ୍ୟଧିକ ଦୃଷ୍ଟି ଚାପ

ଏଡିବାକୁ ହେଳେ ପ୍ରଚକ୍ଷୁ ପ୍ରକୃଷ୍ଟ

ଚଷମା ରକ୍ଷା କବଚ ।

  


Rate this content
Log in

Similar oriya poem from Inspirational