Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sudipta Behera

Abstract

3  

Sudipta Behera

Abstract

ଚଷା ପୁଅ

ଚଷା ପୁଅ

1 min
11.9K


ନିଜେ ଖରା ବର୍ଷା

ଶୀତ କାକର ଯନ୍ତ୍ରଣା ସହି

ଅନ୍ୟ ମୁଖରେ ହସ ଉକୁଟାଇବାର

ପ୍ରୟାସ ରେ...........

ସାରା ଜୀବନ ଯାର ବନ୍ଧା ପଡି ଥାଏ

ସେଇ ଦରଦୀ ବନ୍ଧୁ

ଚଷା ପୁଅ.....

ରାତି ନ ପାହୁଣୁ

ଅକ୍ଷୟ ତୃତୀୟା ରେ

ସ୍ନାନ ତର୍ପଣ ସାରି

ହଳ ଲଙ୍ଗଳ ଯୋଚି

ଶସ୍ୟ କ୍ଷେତ୍ର ରେ

ମୁଠି ଅନୁକୂଳ କରେ l

ସାରା ଜଗତର ପେଟ ପାଇଁ

ନିଜ କର୍ତ୍ତବ୍ୟ ରେ

ଅଗ୍ରସର ହୁଏ

ନିଜ ନିଷ୍ଠାପର, ନିଃସ୍ୱାର୍ଥ କର୍ମ

ସମସ୍ତ ଙ୍କ ର ଚିର ନମସ୍ୟ l


Rate this content
Log in

Similar oriya poem from Abstract