Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Classics Inspirational Others

4  

Bharatabandhu Biswal

Classics Inspirational Others

ଚରଣେ ଦିଅ ଶରଣ

ଚରଣେ ଦିଅ ଶରଣ

1 min
368



ବାଜେ ଘଣ୍ଟଘଣ୍ଟା ଢୋଲକ ମାଦଲ

ଆସିଛି ପାର୍ବଣ ପୂଜା

ଦିଶେ ଝିଲିମିଲି ରଙ୍ଗୀନ ଆଲୋକ

ମଣ୍ଡପ ହୋଇଛି ସଜ୍ଜା ।

ଦେବୀ ସନାତନୀ ଜଗତ ଜନନୀ

ପ୍ରକୃତି ଦେବୀ ଶାଶ୍ବତୀ

ଅବତର ଦୁର୍ଗେ ପରମ ଈଶ୍ୱରୀ

ଅକ୍ଷରା ମା ମହାଶକ୍ତି ।

ତବ ଆଗମନ ଶୁଭ ଅବସରେ

ଭକତ ଭାବ ବିହ୍ବଳ

ଉଛୁଳି ଉଠଇ ଆନନ୍ଦ ଉଲ୍ଲାସ 

ଜୀବନ ଚଳଚଞ୍ଚଳ ।

ଆଶ୍ବିନ ମାସର ପରିତ୍ରାଣ ପକ୍ଷ

ପବିତ୍ର ଷୋହଳ ଦିନ

କୃଷ୍ଣ ଅଷ୍ଟମୀରୁ ଶୁକଳ ନବମୀ

ମହାଶକ୍ତି ସମ୍ମୁତ୍ଥାନ ।

ଶକ୍ତିପୀଠେ ହେବ ମହା ଷୋଳପୂଜା

ମହାସ୍ନାନ ବଳି ହୋମ

ମୃଣ୍ମୟୀ ପ୍ରତିମା ଘଟ ସଂସ୍ଥାପନ

ବିଧିରେ ସପ୍ତମୀ ଦିନ ।

ଦରଶନ ପାଇଁ ଲାଗଇ ଗହଳୀ

ଅଷ୍ଟମୀ ନବମୀ ଦିନ

ଉଚ୍ଚାରିତ ହୁଏ ମନ୍ତ୍ର ଶ୍ଳୋକ ସ୍ତୁତି

କମ୍ପେ ଗଗନ ପବନ ।

ଶକ୍ତି ସ୍ବରୂପିଣୀ ଦୁଷ୍ଟ ସଂହାରିଣୀ

ଦୁର୍ଗତି ନାଶିନୀ ଦୁର୍ଗେ

ଦିଅ ଗତି ମୁକ୍ତି କରୁଛୁ ମିନତି

ଅଭୟ ଶ୍ରୀପାଦପଦ୍ମେ ।

ଜଗତ ଜନନୀ କରୁଛୁ ଦୟିନୀ

ଦିଅ ସଦବୁଦ୍ଧି ଜ୍ଞାନ 

ନାଶ କର ମାଆ ଅଜ୍ଞାନ ତିମିର 

ଚରଣେ ଦିଅ ଶରଣ ।



Rate this content
Log in

Similar oriya poem from Classics