STORYMIRROR

Kabiratna Nutan Kumar Behera

Abstract

4  

Kabiratna Nutan Kumar Behera

Abstract

ଚରଣ ତଳେ ଶରଣ ଦିଅ

ଚରଣ ତଳେ ଶରଣ ଦିଅ

1 min
216


ହେ ମହାପ୍ରଭୁ......ସହାୟ ହୁଅ

         ଭସାଇ ନିଏ ଦୁଃଖର ସୁଅ

ଧରି ରଖି ଜୀବନର ଖିଅ

       ଚରଣ ତଳେ ଶରଣ ଦିଅ।୦।

ତୁମେ ମହାବାହୁ ପରଂବ୍ରହ୍ମ

          କରୁଣାକର ମହାମହିମ, 

ସଂସାରରେ ଦେଇଛ ଜନମ

    ଦୟା କରି ବାରେ ତୁମେ ଅସୀମ।

ତୁମେ ଏକା ଜଗତେ ମଣିମା

         ଭରି ଦେଇଛ ସବୁ ସୁଷମା,

ଅପାର ଯେ ତୁମର ମହିମା

      ଦେଖାଅ ତୁମେ ତାର ଗାରିମା।

ହେ ମହାପ୍ରଭୁ......ସହାୟ ହୁଅ...

ଯୁଗେ ଯୁଗେ ରଖିଛ ଉଦ୍ଧାରି

         ବିପଦରୁ କରିଛ ହେ ପାରି,

ଦାସିଆ ସାଲବେଗ ଶବରୀ

         ଗଜରାଜ ମୃଗୁଣୀଙ୍କ ପରି,

ଭକତଙ୍କୁ ରଖିଛ ହେ ତାରି

       ରଖ ମୋତେ କରୁଛି ଗୁହାରି।

ହେ ମହାପ୍ରଭୁ......ସହାୟ ହୁଅ...

ନାଥ ପରା ତୁମେ ଅନାଥର

       ବିଶ୍ଵାସ ମୋ ସାହା ଭରସାର, 

ସ୍ଵୟଂ ତୁମେ କୃପାର ସାଗର

       ଆଶିଷ ଦେଇ ଉଦ୍ଧାର କର।

ତୁମ ବିନା ନାହିଁ ସ୍ଥିତି ଗତି

        ତୁମେ ସର୍ବ ସୁଖର ବିଭୂତି,

ଫେଡି ଦିଅ ଅଛି ଯା' ବିପତ୍ତି

        ତୁମ ପାଶେ ଏତିକି ମିନତି।

ହେ ମହାପ୍ରଭୁ......ସହାୟ ହୁଅ...ll

   


Rate this content
Log in

Similar oriya poem from Abstract