STORYMIRROR

Niranjan Mishra

Inspirational

4  

Niranjan Mishra

Inspirational

ଚରିତ୍ର ଧନ ବଢାଏ ମାନ

ଚରିତ୍ର ଧନ ବଢାଏ ମାନ

1 min
209

ଚରିତ୍ର ଧନ ବଢାଏ ମାନ

ଏକଥା ଗୋଟି ସତ 

ଚରିତ୍ର ବିନା ହଜାର ଗୁଣ

ଥିଲେ ଯାଏ ମହତ ।


ଚରିତ୍ର ଧନ ବଳରେ ଦେଖ

ସତୀ ସାବିତ୍ରୀ ନାରୀ 

ଅସମ୍ଭବକୁ ସମ୍ଭବ କଲେ

ଯମଙ୍କୁ ବଶ କରି ।


ଶାଶୁ ଶ୍ବଶୁର ଅନ୍ଧ ଅନ୍ଧୁଣୀ

ଚକ୍ଷୁ ରାଜ୍ଯ ପାଇଲେ 

ସନ୍ତାନ ପ୍ରାପ୍ତି ପିତା ହୋଇଲେ

ପତିଙ୍କୁ ସେ ପାଇଲେ ।


ଅନସୂୟାଙ୍କ ଚରିତ୍ର ଦେଖ

ନିଜ ସତୀତ୍ୱ ବଳେ 

ବ୍ରହ୍ମା ବିଷ୍ଣୁ ଶଙ୍କରଙ୍କୁ ଶିଶୁ

କଲେ ଏ ମହୀ ତଳେ ।


ସତୀ ସୀତାଙ୍କ ଚରିତ୍ର ବଳେ

ଦୈତ୍ଯ ରାବଣ ମଲେ 

ଚରିତ୍ର ବଳେ ଶ୍ରୀରାମଚନ୍ଦ୍ର

ଏକପତ୍ନୀ କରିଲେ ।


ଦମୟନ୍ତୀ ଓ ନଳ ଦୁହିଁଙ୍କ

ଚରିତ୍ର ବଳେ ସିନା 

ବଢିଲା ତାଙ୍କ ମାନ ମହତ

ନୁହେଁ ବିଚିତ୍ର କିନା ।


ପୁଣ୍ୟଶ୍ଳୋକରେ ହୋଇଲେ

ଗଣ୍ୟ ନଳ ଓ ଯୁଧିଷ୍ଠିର 

ବୈଦେହୀ ସତୀ ଚରିତ୍ରବତୀ

ମହତ ଏ ମାଟିର  ।


ଅହଲ୍ୟା ତାରା ଦ୍ରୌପଦୀ କୁନ୍ତୀ

ଆବର ମନ୍ଦୋଦରୀ  

ପଞ୍ଚକନ୍ୟାଙ୍କ ଚରିତ୍ର ଧନ

ବଢାଏ ମାନ ଭାରି  ।


ହନୁମାନଙ୍କ ଚରିତ୍ର ଧନ

ସାଧୁ ସଜ୍ଜନଗଣ 

ନିଜ ନିଜର ଚରିତ୍ର ଧନେ

ହୋଇଲେ ମହୀୟାନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational