STORYMIRROR

Padmalaya Mishra

Inspirational

3  

Padmalaya Mishra

Inspirational

ଚଞ୍ଚଳା

ଚଞ୍ଚଳା

1 min
13.6K


ଦେଖିଥିଲି ଚଞ୍ଚଳାଙ୍କୁ ସେ

ଝାଟିମାଟି ଘରର ପ୍ରତି କୋଣେ

ଦାଣ୍ଡ ଦୁଆର ଝୋଟି ଚିତା ପାଖେ

ଅଗଣାରେ ତୁଳସୀ ଚଉରା ମୂଳେ

ସକାଳେ ପାଣି ଦେବା ବେଳେ

ସଞ୍ଜରେ ସଞବତୀ ବେଳେ ।


ଚାଳ ଛପରର ସେ ଘର

ଥିଲା ପୁରିଲା ପୁରିଲା

ରୁଣୁଝୁଣୁ ଚୁଡି ଶବ୍ଦରେ

ପାଉଜିର ସ୍ୱର ଝଙ୍କାରରେ

ଆଠ ଶାବକଙ୍କ କଳରବରେ

କେବେ କାନ୍ଦରେ କେବେ ହସରେ ।


ମହକୁଥିଲା ଆରିଷା କାକରାରେ

ହାଣ୍ଡିଶାଳଠୁ ବାହାର

ଘର ଥିଲା ଗୋଟେ ମନ୍ଦିର ।

ଝୁରୁଛି ସେ ଦିନକୁ ଅଭୁଲା ସ୍ମୃତି

ଆଖିରେ ଆଣିଦିଏ କିଛି ତାତି ପାଣି

ଓଠଧାରେ ହସର ଗାର

ଖୋଜୁଛି ମୁଁ ମୋର ସେଇ ଘର ।।


ପଦ୍ମାଳୟା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational