ଚଣ୍ଡିକା
ଚଣ୍ଡିକା
• କରୁଣାମୟୀ ମମତାମୟୀ ଗୋ,
• ହୀମଗିରି ରାଜ ଜେମା,
• ହୈମବତୀ, ସତୀ ଦେବୀ, କାତ୍ୟାୟନୀ
• ଉମା, ବାମଦେବ ବାମା ।
• ତ୍ରୈଲୋକ୍ୟ ଜନନୀ, ଅଗ୍ନିଜା ଭବାନୀ,
• ପ୍ରଶନ୍ନେ ପ୍ରସନ୍ନା ପ୍ରଜ୍ଞା ପ୍ରଦାୟିନୀ,
• ଦକ୍ଷ ଦୁଲାଳୀ ଅପର୍ଣ୍ଣା , କରୁଣାମୟୀ ମମତାମୟୀ …।।
•
• କୈଳାଶେ ପାର୍ବତୀ ଈଶ୍ବରୀ ଗୈ।ରୀ,
• ରକ୍ତଜବା ବିମଣ୍ଡାନା ,
• ଗଣେଶ ଜନନୀ କାନ୍ତି ସୈ।ଦାମିନୀ,
• ଦେବକୂଳ ବୀରାଙ୍ଗନା ।
• ତ୍ରୀନୟନା ଦେବୀ ହିମାଂଶୁ ବଦନୀ,
• କାଳ ପାସେ ଅଟୁ ତୁହି ମା କାଳାଗ୍ନି,
• ପଦ କରଇ ବନ୍ଦନା , କରୁଣାମୟୀ ମମତାମୟୀ …।।
•
• ଘୋର ସିଂହ ପୃଷ୍ଠେ ଖଡ୍ଗ, ଶୂଳ ହସ୍ତେ,
• ବଳେ ହୋଇ ବିବସନା ,
• ବିନାଶି ମହିଷା ଉଗ୍ରରୂପା କାଳୀ,
• କଲୁ କୃତ୍ତିବାସେ ଛଳନା ।
• ତୁହି ସେହି ଦଶଭୂଜା ସାକମ୍ବରୀ,
• ଆସ ଆସ ମାତ ଧରା ଅବତରି,
• ବାରେ ସୁରପୁର ଲଳନା , କରୁଣାମୟୀ ମମତାମୟୀ…।।
•
• ବିଶ୍ବ ଆକାଶେ ଅଶାନ୍ତି ପ୍ରକାଶେ,
• ଥରହର ଆଜି ଅନନ୍ତା ,
• ଶିଶୁ କନ୍ୟା ବଳି ଦୁଃଷ୍କର୍ମେ ଶିକାରୀ,
• ହସ୍ତେ ବଳିପଡେ ଦୁହୀତା ।
• ଆଜିର ବିଭ୍ରାଟ ବିକଟ ଜଂଜାଳ,
• ଦୂର କରୁ ଦେବୀ ତୋର କରବାଳ,
• ଘେନାକର ମୋର ପ୍ରାର୍ଥନା , କରୁଣାମୟୀ ମମତାମୟୀ…।।
• କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା
